ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ ଟିକାକରଣ

ଭୁବନେଶ୍ୱର : ଆଜିଠୁ ୩ ଦିନ ପାଇଁ ଅର୍ଥାତ ଫେବ୍ରୁଆରି ୨ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟରେ କୋଭିଡ ଟିକାକରଣ । ରାଜ୍ୟରେ ପଲସ ପୋଲିଓ କାର୍ୟ୍ୟକ୍ରମ ପାଇଁ ବନ୍ଦ ରହିବ କୋଭିଡ ଟିକାକରଣ । ତେବେ ପୁଣି ଥରେ ଟିକାଦାନ ଆରମ୍ଭ ହେବ ଆସନ୍ତା ୩ ତାରିଖଠାରୁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୬ ତାରିଖଠାରୁ ୩ ଦିନ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା । ମାତ୍ର କରୋନା ଟିକାକରଣ ଯୋଗୁ ଏହି କାର୍ୟ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଆଜିଠାରୁ ୫ବର୍ଷରୁ କମ୍ ଶିଶୁଙ୍କୁ ଦିଆଯିବ ପୋଲିସ ବୁନ୍ଦା । ରାଜ୍ୟବ୍ୟାପୀ ୪୧ଲକ୍ଷ ୩୧ହଜାର ୭୬୩ ଶିଶୁଙ୍କୁ ପୋଲିଓ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୬ହଜାର ୪୨୪ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ଟିକା ନେଇଛନ୍ତି ।

Leave A Reply

Your email address will not be published.