ରାଜ୍ୟରେ ଶସ୍ତା ହେଲା ଘରୋଇ ସଂସ୍ଥାରେ କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର, (ଆକାଶ ମିଶ୍ର) : ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଏବେ ଶସ୍ତା ହେବ । ୧୨ ଶହ ଟଙ୍କାରେ ହେବଆର୍‌ଟି ପିସିଆର୍‌ ଟେଷ୍ଟ । ୨୨ ଶହ ଟଙ୍କାରୁ କମି ଏଣିକି ୧୨ ଶହ ଟଙ୍କାରେ କୋଭିଡ୍ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ଏବେ ରାଜ୍ୟରେ ୪ଟି ଘରୋଇ ଲ୍ୟାବ କରୋନା ଟେଷ୍ଟ କରୁଛନ୍ତି । ଆଇସିଏମ୍‌ଆର୍‌ ଅନୁମତି କ୍ରମେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର, ସମ୍ ହସ୍ପିଟାଲ, ଇନ୍ ଡିଏନଏ ଲାଇଫ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଜେନଏକ୍ସ ଡାଇଗ୍ନୋଷ୍ଟିକରେ କରୋନା ପରୀକ୍ଷା କରିହେଉଛି । ଏସବୁ ଘରୋଇ ଲ୍ୟାବରେ କରୋନା ପରୀକ୍ଷଣ ହେଉଥିବା ବେଳେ ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱର ଏହାର ସୁପରଭିଜନ କରୁଛି ।

Leave A Reply

Your email address will not be published.