ଗତକାଲି ୨୪ ଘଣ୍ଟାରେ ସର୍ବାଧିକ ୬୬,୫୫୦ ରୋଗୀ ଆରୋଗ୍ୟ

• ଆଉ ଏକ ଶିଖରରେ ଭାରତ : ୨୪ ଲକ୍ଷକୁ ଅତିକ୍ରମ କଲା ଆରୋଗ୍ୟ ସଂଖ୍ୟା
• ବିଗତ ୨୫ ଦିନ ମଧ୍ୟରେ ସୁସ୍ଥତା ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯୋଗୁଁ ଏହି ଫଳାଫଳ ମିଳୁଛି । ଗୋଟିଏ ଦିନରେ ଦେଶର ସର୍ବାଧିକ ୬୬,୫୫୦ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରମଣାତ୍ମକ ଭାବରେ ପରୀକ୍ଷା, ସମ୍ପୁର୍ଣ୍ଣ ଚିହ୍ନଟ ଏବଂ ଫଳପ୍ରଦ ଚିକିତ୍ସା ନୀତି ଦ୍ଵାରା ମୋଟ ଆରୋଗ୍ୟ ସଂଖ୍ୟା ୨୪ ଲକ୍ଷ (୨୪,୦୪,୫୮୫) ଅତିକ୍ରମ କରିଛି ।
ଏହାଦ୍ଵାରା ଭାରତରେ କୋଭିଡ ସଂକ୍ରମିତଙ୍କ ମଧ୍ୟରେ ସୁସ୍ଥତା ହାର ୭୬ ପ୍ରତିଶତ (୭୫.୯୨%)ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ୭,୦୪,୩୪୮ ସକ୍ରିୟ ରୋଗୀ ରହିଛନ୍ତି । ମୋଟ ଆରୋଗ୍ୟଙ୍କ ସଂଖ୍ୟା ଏହାଠାରୁ ୧୭ ଲକ୍ଷ ଅଧିକ ରହିଛି । ଗତ କାଲି ସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାର ୩.୪୧ ଗୁଣ ।
ବିଗତ ୨୫ ଦିନ ମଧ୍ୟରେ ସୁସ୍ଥଙ୍କ ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ।
ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ହେତୁ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇଛି । ବର୍ତ୍ତମାନ ମୋଟ ସଂକ୍ରମିତ ରୋଗୀ ମାତ୍ର ୨୨.୨୪%ରେ ରହିଛି ।
କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ପ୍ରୟାସ ଫଳରେ ଅଧିକ ପରୀକ୍ଷଣ, ଉତ୍ତମ ନିରୀକ୍ଷଣ, ଆବଧାଞ୍ଚଳ ଘୋଷଣା ଏବଂ ଘରୋଇ ଏକାନ୍ତବାସ ସହିତ ଉନ୍ନତ ଭିତ୍ତିଭୂମି ଚିକିତ୍ସାଳୟରେ ପ୍ରଭାବଶାଳୀ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦିଆଯାଇପାରୁଛି । ଏଗୁଡ଼ିକ ଉତ୍ସର୍ଗୀକୃତ କୋଭିଡ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହସ୍ପିଟାଲରେ ଅନ୍ତର୍ଭୁକ୍ତ । ଏଭଳି ସ୍ଥାୟୀ ପଦକ୍ଷେପ ଦ୍ଵାରା ସାମୂହିକ ଫଳାଫଳ ପ୍ରାପ୍ତ ହେଉଛି । ଏହା ସହତି କ୍ରମାଗତ ଭାବେ ହ୍ରାସ ପାଉଥିବା ମୃତ୍ୟୁ ହାର ଗତ କାଲି ୧.୮୪ ପ୍ରତିଶତରେ ରହିଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।

Leave A Reply

Your email address will not be published.