ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତି ଯୋଗୁଁ ଦେଶର ନମୁନା ପରୀକ୍ଷଣ ୩.୭ କୋଟିରେ ପହଁଚିଲା

● ଏକ ନିୟୁତ ଜନସଂଖ୍ୟା ପିଛା ପରୀକ୍ଷଣ ୨୬,୬୮୫ ଛୁଇଁଲା
ନୂଆଦିଲ୍ଲୀ, (ପିଆଇବି) : ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ପାଥେୟ କରି ଦେଶରେ କରୋନା ପରୀକ୍ଷା ପାଖାପାଖି ୩.୭ କୋଟିରେ ପହଞ୍ଚିଛି । ଦେଶରେ ଦୈନିକ ପରୀକ୍ଷଣ ଅଧିକରୁ ଅଧିକ କରିବା ସଂକଳ୍ପ ଯୋଗୁଁ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୬୮,୨୭,୫୨୦ରେ ପହଞ୍ଚିଛି । କେବଳ ଗତକାଲି ୨୪ ଘଣ୍ଟା ମଧ୍ୟରେ ୯,୨୫,୩୮୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ନିୟୁତ ପିଛା ଏହି ସଂଖ୍ୟା ଦ୍ରୁତ ଗତିରେ ୨୬,୬୮୫କୁ ଛୁଇଁଛି । ସମୟୋଚିତ ଚିହ୍ନଟ, ସଂକ୍ରମିତଙ୍କୁ ତୁରନ୍ତ ଅଲଗା କରିବା ଏବଂ ଉପଯୁକ୍ତ ଚିକିତ୍ସା ଫଳରେ ସଂକ୍ରମଣ ବ୍ୟାପିବାକୁ ହ୍ରାସ କରାଯାଇ ପାରିଛି । ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ ହୋଇ ଆଜି ଦେଶର ମୋଟ ପରୀକ୍ଷାଗାର ସଂଖ୍ୟା ୧୫୨୪ରେ ପହଞ୍ଚିଛି । ଏଥିରେ ୯୮୬ଟି ସରକାରୀ ଓ ୫୩୮ଟି ଘରୋଇ ପରୀକ୍ଷାଗାର ରହିଛି ।

Leave A Reply

Your email address will not be published.