କରୋନା ଟୀକା ପ୍ରସ୍ତୁତିରେ ଭାରତ ମଧ୍ୟ ଅଂଟା ଭିଡ଼ିଛି

ନୂଆଦିଲ୍ଳୀ, (କେପିଏନ୍‌ଏସ୍‌) : କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଛି । ତାର ଟୀକାକୁ ନେଇ ବିଶ୍ୱର ସବୁଦେଶ ଲାଗିପଡିଛନ୍ତି । ଏହି ଟୀକା ବାହାର କରିବା ପାଇଁ ଭାରତ ମଧ୍ୟ ଲାଗିପଡିଛି । ୩ଟି କରୋନା ଟୀକା ଭାରତର ଭିନ୍ନ ଭିନ୍ନ ମାନବ ପରୀକ୍ଷଣ ଷ୍ଟେଜ୍‌ରେ ରହିଛି ବୋଲି ଆଜି ଆଇସିଏମ୍‌ଆର୍‌ ପକ୍ଷରୁ ସୂଜନା ମିଳିଛି ।
ଭାରତରେ ୩ଟି କରୋନା ଟୀକାର ପରୀକ୍ଷା ଜୋର୍‌ସୋର୍‌ରେ ଚାଲିଛି ବୋଲି ଆଇସିଏମ୍‌ଆର୍‌ର ଡ଼ିଜି ଡା.ବଳରାମ ଭାର୍ଗବ କହିଛନ୍ତି । ୩ଟି ଟୀକା ମଧ୍ୟରୁ ୨ଟି ସ୍ପଦେଶୀ ଜ୍ଞାନ କୌଶଳରେ ତିଆରି କରା ଯାଇଛି । Zydus Cadila’ s ZyCoV-D, ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଭାତର ବାୟୋଟେକର କୋଭାକ୍ସିନ କରୋନା ଟୀକାର ମାନବ ପରୀକ୍ଷଣ କରାଯାଇଛି । ସେରମ ଇନ୍‌ଷ୍ଟିଚ୍ୟୁଟ ନେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରୁଥିବା ପ୍ରଡକ୍ସନ ଦାୟିତ୍ୱ । ଭାରତରେ ଆରମ୍ଭ ହୋଇଛି ଏହି ଟୀକାର ଫେଜ୍‌-୨ ଓ ଫେଜ୍‌-୩ ଟ୍ରାଏଲ୍‌ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୧୭୦୦ ଲୋକ ଏଥିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.