କରୋନିଲ୍‌’ର ‘ରିସର୍ଚ ପେପର୍‌’ ଉନ୍ମୋଚନ କଲେ ଯୋଗ ଗୁରୁ ରାମଦେବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଉପସ୍ଥିତିରେ ‘କରୋନିଲ୍‌’ ସଂକ୍ରାନ୍ତ ବିଜ୍ଞାନଭିତ୍ତିକ ଗବେଷଣା ପତ୍ର ପତଞ୍ଜଳିର ସଂସ୍ଥାପକ ଯୋଗ ଗୁରୁ ରାମଦେବ ଉନ୍ମୋଚନ କରିଛନ୍ତି । ତାଙ୍କ ସଂସ୍ଥା ଦ୍ୱାରା ନିର୍ମିତ ‘କରୋନିଲ୍‌’ ହେଉଛି କରୋନାଭାଇରସ୍‌ ବିପକ୍ଷରେ ପ୍ରଥମ ପ୍ରମାଣ ଆଧାରିତ ଔଷଧ ବୋଲି କୁହାଯାଉଛି । ଗତବର୍ଷ ଜୁନ୍‌ ମାସରେ ପତଞ୍ଚଳି ଶୁଭାରମ୍ଭ କରିଥିବା ‘କରୋନିଲ୍‌’ ଏବଂ ‘ଶ୍ୱାସରି’ ଔଷଧ କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଆୟୁର୍ବେଦୀୟ ଉପଚାର ବୋଲି ପତଞ୍ଜଳି ଦାବୀ କରିଥିଲା । ସଂକ୍ରମିତ ଲୋକମାନଙ୍କ ଶରୀରରେ ଏହାର ପ୍ରୟୋଗ ସୁଫଳ ଦେଉଥିବା କଥା ହରିଦ୍ୱାରସ୍ଥିତ ପତଞ୍ଚଳି ଯୋଗପୀଠରେ ହୋଇଥିବା ନୈଦାନିକ ପରୀକ୍ଷାରୁ ଜଣାପଡ଼ିଛି ବୋଲି ଆଚାର୍ୟ୍ୟ ବାଳକୃଷ୍ଣ କହିଥିଲେ । ସ୍ୱାମୀ ରାମଦେବ ମଧ୍ୟ କହିଥିଲେ, ଆମ କୋଭିଡ୍‌-୧୯ ରୋଗପ୍ରତିରୋଧକ ସବୁ ତତ୍ତ୍ୱ ଆଧାରିତ। ଏଥିରେ ଗୁଡୁଚି, ତୁଳସୀ, ଅଶ୍ୱଗନ୍ଧା ଭଳି ଆୟୁର୍ବେଦୀୟ ଜଡ଼ିବୁଟି ଉପାଦାନ ରହିଥିବାରୁ କରୋନାଭାଇରସ୍ ‌ଦ୍ୱାରା ଆକ୍ରାନ୍ତ ରୋଗୀ ଚିକିତ୍ସା କରିବାରେ ଫଳପ୍ରଦ ହେଉଛି ।

Leave A Reply

Your email address will not be published.