oom

କରୋନା କଟକଣା ମଧ୍ୟରେ ଏନଏସି ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ସୃଜନ ସଙ୍ଗୀତ ବିଦ୍ୟାଳୟ ଦ୍ୱାରା ସ୍ୱଛ ଭାରତ ଓ ଅନେକରୁ ଏକତା ମଞ୍ଚସ୍ଥ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

jsmm

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : କଣ୍ଟାବାଞ୍ଜି ଏନ.ଏ.ସି. ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ କରୋନା ମହାମାରୀ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏନ.ଏ.ସି.ର କୌଣସି ଶିକ୍ଷାନୁଷ୍ଠାନ ପରେଡ୍‌ରେ ସାମିଲ ନ ଥିଲେ ମଧ୍ୟ କେତେକ କରୋନା ଯୋଦ୍ଧା, ପୋଲିସ, ସାମାଜିକ କର୍ମୀ ଏବଂ ସ୍ୱେଛାସେବୀ ମହିଳା ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଧୁମ୍‌ଧାମରେ ପାଳିତ ହୋଇଛି । ଏହି ଦିବସ ପାଳନ ଅବସରରେ କରୋନା ଯୋଦ୍ଧା, ସାମାଜିକ କର୍ମୀ, ଅବସରପ୍ରାପ୍ତ ଶିକ୍ଷକ ଏବଂ ବିଭିନ୍ନ ଶିକ୍ଷା କ୍ଷେତ୍ରରେ ସହରର ଗୌରବ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ଉପଢୌକନ ଏବଂ ଟ୍ରଫି ଦେଇ ସମ୍ମାନିତ କରାଯାଇଛି । କରୋନା ଯୋଦ୍ଧା ସବ୍‌ଇନ୍ସପେକ୍ଟର ହିରା ଖାଲକୋ, ହୋମଗାର୍ଡ ଜିତେନ୍ଦ୍ର ଖୁରା, ଫାୟାରମେନ ପୁନେଇ ଟପ୍ପୋ, ରଂଜିତ ମିଂଜ, ଏସ.ଡି.ପି.ଓ. ଅଫିସର କଷ୍ଟେବଲ ଦିଲିପ କୁମାର କଅଁର, ତହସିଲଦାରଙ୍କ ଡ୍ରାଇଭର ଆଲୋକ ଛତ୍ରୀଆ, ଉମାଦିନି ସାଗର, ଓମପ୍ରକାଶ ସିଂଗ, ସଫେଇ କର୍ମଚାରୀ ଫିରୋଜ କୁମ୍ଭାର, ଦେବାନନ୍ଦ ହାତୀ, ପବନ ବାଗ, ଆଇ.ସି.ଡି.ଏସ. କର୍ମଚାରୀ ନିରୂପମା ଦାସ ଏପରିକି ଏନ.ଏ.ସି.ର ପରିମଳ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ୩ଟି ବ୍ୟାଟେରୀ ଚାଲିତ ଟେମ୍ପୁକୁ ମୂଖ୍ୟ ଅତିଥୀଙ୍କ ଦ୍ୱାରା ଗ୍ରୀନ ସିଗ୍ନାଲ୍‌ ଦେଖାଇ ଶୁଭାରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା(ମୂଖ୍ୟ ଅତିଥୀ) ଭାବେ ଯୋଗ ଦେଇ ଏନ.ଏ.ସି. ସ୍ତରୀୟ ଜାତୀୟ ପତକା ଉତ୍ତୋଳନ କରି ତାଙ୍କ ଅଭିଭାଷଣରେ ଦେଶର ଏକତା ବଜାୟ ରଖିବା ପାଇଁ ସମସ୍ତ ନାଗରୀକ ଏକ ହୋଇ ଦେଶ ପାଇଁ କାମ କରିବା ପାଇଁ ସନ୍ଦେସ ଦେବା ସହ କଣ୍ଟାବାଞ୍ଜି ଏନ.ଏ.ସି.କୁ ମଧ୍ୟ ରାଜ୍ୟର ଏକ ନମ୍ବର ଏନ.ଏ.ସି ରୂପେ ଗଢି ତୋଲିବା ପାଇଁ ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ଅଶୋକ କୁମାର ମାଝି, ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର ସମ୍ମାନିତ ଅତିଥୀଭାବେ ମଞ୍ଚାସିନ ଥିଲେ । ନିର୍ବାହୀ ଅଧିକାରିଣୀ ସାମ୍ମି ରେଡି ଜୟଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମାଷ୍ଟର ଅଫ ସେରେମନି ସତ୍ୟବ୍ରତ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ । କାର୍ଯ୍ୟକ୍ରମ ପରେ ସୃଜନ ସଙ୍ଗୀତ ବିଦ୍ୟାଳୟର ଅମର ବାଗଙ୍କ ଦ୍ୱାରା ସ୍ୱଛ ଭାରତ ଏବଂ ଅନେକତାରୁ ଏକତା ଉପରେ ଏକ ସଙ୍ଗୀତ ରୂପକ ନାଟକ ମଞ୍ଚସ୍ଥ ହୋଇଛି ଯାହା ଦର୍ଶକ ମାନଙ୍କୁ ମୁଗ୍ଧ କରିବା ସହିତ ସନ୍ଦେଶ ମଧ୍ୟ ରହିଥିଲା ।

jittmm
Leave A Reply

Your email address will not be published.