jayashree

କଛାରପାଲିରେ ଗୋଷ୍ଠୀ ‌ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଶତାଧିକ ଲୋକଙ୍କ କରୋନା ପରୀକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦିନ ୧୦ଟା ସମୟରେ ଦେଓଗାଁ କଛାରପାଲିର କନ୍ଧପାଲି ଓ ମଦନପାଲିର ଦେଓଗାଁ ଗୋଷ୍ଠୀ ‌ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କରୋନା ପରୀକ୍ଷା କରାଯାଇଥିଲା । ଉଭୟ ପଡ଼ାର ୧୧୦ ଜଣଙ୍କୁ ପରୀକ୍ଷା କରାଯାଇଥିଲା । ଆରଟିପିସିଆର କିଟରେ ୬୦ଜଣ ଓ ଆଣ୍ଟିଜେଣ୍ଟ କିଟରେ ୫୦ଜଣଙ୍କୁ ପରୀକ୍ଷା କରାଯାଇଥିଲା । ଆଣ୍ଟିଜେଣ୍ଟରେ ପରୀକ୍ଷା କରାଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ ଥିବା ବେଳେ ଆରଟିପିସିଆର ରିପୋର୍ଟ ପରେ ଆସିବ ବୋଲି ଡ.ପରକିଆ କହିଛନ୍ତି । ଏହି କାର୍ୟ୍ୟକ୍ରମକୁ ଦେଓଗାଁ ଗୋଷ୍ଠି ‌ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଷ୍ଟେଣ୍ଡ ଡ.ସୁରେନ୍ଦ୍ର ପରକିଆ ପରିଚାଳନା କରିଥିବା ବେଳେ ସୁପରଭାଇଜର ପରୀକ୍ଷିତ ବେଜ, ଏନଏମ ସ୍ମରଣୀକା ସାହୁ, ଆଶା ସାଥି ପୂର୍ଣ୍ଣମୀ ହରପାଲ, ଆଶା କର୍ମି ସନ୍ତୋଷୀନୀ ସାହୁ ଓ ସୁରଭି ନନ୍ଦ, ଅଙ୍ଗନବାଡି କର୍ମୀ ରମ୍ଭା ନାଗ, କବିତା ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.