ରାଜସ୍ୱ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁସାରେ, ରାଜସ୍ୱ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଓଡିଶା ରାଜସ୍ୱ ଅମଲା ସଂଘ, ଜିଲ୍ଲା ଶାଖା, ତରଫରୁ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, କାରୋନା କାଳରେ ଲକ୍‌ଡାଉନ, ସଟ୍‌ଡାଉନ ଚାଲିଥିବା ସମୟରେ ସମସ୍ତେ ନିଜ ଘରେ ଥିବା ବେଳେ ରାଜସ୍ୱ ଅମଲା ମାନେ ପ୍ରତ୍ୟକ୍ଷ ଭାବେ ହେଉ କି ପରୋକ୍ଷ ଭାବେ ନିଜର ସେବା ନିରନ୍ତର ଭାବରେ ଯୋଗାଇ ଆସୁଛନ୍ତି । ରାଜ୍ୟରେ ସମସ୍ତ ଅଫିସ ପାଇଁ କର୍ମଚାରୀଙ୍କ ଉପସ୍ଥାନ ନେଇ ମାର୍ଗଦର୍ଶିକା ଥିବା ବେଳେ ଏହି ନିୟମ ରାଜସ୍ୱ ଅମଲା ମାନଙ୍କ ପାଇଁ ପ୍ରଯୁଜ୍ୟ ନଥିଲା। ରାଜସ୍ୱ ଅମଲା ମାନେ ସବୁଦିନ ଏପରିକି ଛୁଟି ଦିନ ମଧ୍ୟ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ରହୁଥିଲେ । ବିଭିନ୍ନ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ରାଜ୍ୟ ସୀମା ତନଖି ଫାଟକ ଇତ୍ୟାଦିରେ ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକୃତ କରିବା ଜିଲ୍ଲା କୋଭିଡ କେୟାର ସେଣ୍ଟରରେ ଥିବା କଣ୍ଟ୍ରୋଲ ରୁମ ଜିଲ୍ଲା ତଥା ବ୍ଲକ/ ତହସିଲ କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ ଇତ୍ୟାଦି କାର୍ଯ୍ୟ ନିରବଚ୍ଛିନ୍ନ ଭାବରେ ତୁଲାଇ ବହୁତ ରାଜସ୍ୱ ଅମଲା କରୋନାରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ, ବରଗଡ଼ ଜିଲ୍ଲା ଶାଖା ଉପଦେଷ୍ଟା ପ୍ରହଲ୍ଲାଦ ଭେସ୍ରା, ସଭାପତି, ଲୋକେଶ୍ୱର ସାହୁ, ସମ୍ପାଦକ, ଏମ୍‌.ଶିବ ଶଙ୍କର ଦୋରା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଋଷି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.