ସୁବର୍ଣ୍ଣପୁର ଜିଲ୍ଲାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି । ବିଶେଷକରି, ଜିଲ୍ଲାର ସବୁଠି ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଯାଇଛି । ଏମିତି ବେଳାରେ ଜିଲ୍ଲା ଡାକ୍ତରଖାନାର ୨ଜଣ କରୋନା ଯୋଦ୍ଧାଙ୍କ ସହ ଜିଲ୍ଲା କୋର୍ଟର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ଗତକାଲିଠୁ ମଂଗଳବାର ଯାଏଁ ଜିଲ୍ଲା କୋର୍ଟକୁ ଜିଲ୍ଲା ଜଜ୍ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ୬୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୦ଜଣ ନୂଆଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଲକ୍ଷଣଯୁକ୍ତ ୨୧ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖି ଚିକିତ୍ସା ସେବା ଦିଆଯାଉଛି ।
ପୂର୍ବରୁ ସୁବର୍ଣ୍ଣପୁର ସହରର ଠାକୁରାଣୀ ପଡା, ପଟାଭାଡ଼ି, ବଡ଼ବଜ଼ାର, ଭଗବତୀ ପ୍ଲଟ, କଲେକ୍‌ଟୋରେଟ୍‌, ଏସଡ଼ିପି ଓ ଅଫିସ, ସଦର ଥାନା, ପ୍ରେସ କଲୋନୀ ପାଖ ବସ୍ତି, ବଡ଼ ବଜାର ହରିଜନ ବସ୍ତି, ଝୁପୁଡ଼ିପଡା, ରାମକ୍ରିଷ୍ଣା ନଗର, ମୁଖ୍ୟ ଡାକ୍ତରଖାନା, ଶାନ୍ତି ନଗର ଓ ସ୍ପିନିଙ୍ଗମିଲ ଏଫ କଲୋନୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଦ୍ଵାରା ପବ୍ଲିକ ଓ ପ୍ରଶାସନ ପାଇଁ ଗୋଷ୍ଠୀ ସଂକ୍ରମଣର ଭୟ ବଢ଼ାଇ ଦେଇଛି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୯୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ସିଲ୍ କରି ଦିଆଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.