ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ହୀରାକୁଦ ଡ୍ୟାମରୁ ୪୪ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ପରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇ ପଡିଛି । ମହାନଦୀ ସହ ତେଲ, ସୁକତେଲ, ହରିହର, ଅଙ୍ଗ ଓ ସୁରୁବାଲି ଅଦି ଶାଖା ନଦୀ ଗୁଡିକର ବଢି ପାଣିରେ ଜିଲ୍ଲାର ୫୦ରୁ ଉର୍ଦ୍ଧ ନଈକୂଳିଆ ଗାଁକୁ ପାଣି ଘେରି ରଖିଥିବାବେଳେ ଏବେ ମହାନଦୀ ଉଛୁଳି ଉଠୁଥିବାରୁ ସହରର ତଳ ଅଂଚଳର ଟିକିଲିପଡ଼ା, ତଳିପଡ଼ା, କୁମ୍ଭାରପଡ଼ା ତରିଆପଡ଼ା ଆଦି ୧୦ଟି ବସ୍ତିର ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀ ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ଅପରପକ୍ଷେ ମହାନଦୀର ଉଭୟ ପାର୍ଶ୍ବର ହଜାର ହଜାର ହେକ୍ଟର ଚାଷଜମି ଗଲା ୪ଦିନ ହେବ ବନ୍ୟାପାଣିରେ ବୁଡି ରହିଛି । ଠିକ୍ ସେହିପରି ଜିଲ୍ଲାର କୁଲଥି ଓ ବାଉରି ଯୋରର ପୋଲ ଉପରେ ୫ ରୁ ୬ଫୁଟ ବଢି ପାଣିର ସୁଅ ଛୁଟୁଥିବାରୁ ସୁବର୍ଣ୍ଣପୁରରୁ ବୀରମହାରାଜପୁର, ବୀରମହାରାଜପୁରରୁ ରେଢାଖୋଲ, ଆଠମଲ୍ଲିକ ଓ ବୌଦ୍ଧ ଅଂଚଳକୁ ଗମନାଗମନ ବିଚ୍ଛିନ୍ନ ହୋଇ ପଡିଛି ।

Leave A Reply

Your email address will not be published.