ଓଡ଼ିଶାରେ ପୁଣି ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା : ୩୬୮୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ପୁଣି ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୮୨ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୪୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୪୪୧ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୬, ବାଲେଶ୍ୱରରୁ ୮୭, ବରଗଡ଼ରୁ ୧୫୨, ଭଦ୍ରକରୁ ୫୧, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୧୪ , କଟକରୁ ୩୬୯, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୬୧, ଗଜପତିରୁ ୪୮, ଗଂଜାମରୁ ୧୭୪, ଜଗତସିଂହପୁରରୁ ୪୪, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୪, କେଉଁଝରରୁ ୫୯, ଖୋର୍ଦ୍ଧାରୁ ୭୭୫, କୋରାପୁଟରୁ ୧୪୦, ମାଲକାନଗିରିରୁ ୮୬, ମୟୁରଭଂଜରୁ ୨୭୨, ନବରଂଗପୁରରୁ ୩୮, ନୟାଗଡରୁ ୧୦୯, ନୂଆପଡ଼ାରୁ ୨୩, ପୁରୀରୁ ୧୧୫, ରାୟଗଡ଼ାରୁ ୪୯୫, ସମ୍ବଲପୁରରୁ ୧୨୮, ସୋନପୁରରୁ ୨୭ ଓ ସୁନ୍ଦରଗଡ଼ରୁ ୨୭ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୬୫୩୨୩ ଜଣ । ୨୮୮୩୬ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୬୧୨୦୯୭ ପରୀକ୍ଷା କରାଯାଇ ସାରିଛି ।

Leave A Reply

Your email address will not be published.