jsm

ଦେଓଗାଁ ବ୍ଲକରେ କରୋନାର ସ୍ଥିତି : ୧୧୭୫ ଟେଷ୍ଟରୁ ୨୪ ପଜିଟିଭ୍, ସୁସ୍ଥ ହେଲେଣି ୬

csstore

ଦେଓଗାଁ, (ମନିଷ କୁମାର ସାହୁ) : ରବିବାର ଦେଓଗାଁ ବ୍ଲକର ୬ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଥିଲା । ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ନୁଆଁପାଲି ଗାଁର ଜଣେ ୨୩ ବର୍ଷୀୟ ଯୁବକ, ଜଣେ ୮୫ ବର୍ଷୀୟ ବୃଦ୍ଧ, ଜଣେ ୭୫ ବର୍ଷୀୟା ବୃଦ୍ଧା, ୭୦ ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ପଞ୍ଚାୟତ ଫଟାମୁଣ୍ଡା ଗାଁର ୩୫ ବର୍ଷୀୟ ଯୁବକ ଓ ମହଲାଇ ପଞ୍ଚାୟତ ମହଲାଇ ଗାଁର ୨୨ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରିପୋର୍ଟ ଆସିଥିଲା। ସମସ୍ତେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏବେ ଦେଓଗାଁ ବ୍ଲକର କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୨୪ରେ ପହଞ୍ଚିଛି।
ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ୧୨ତାରିଖରୁ କେଭିଡ ୧୯ ଟେଷ୍ଟ ଆରମ୍ଭ ହୋଇଥିଲା । ଏପର୍ୟ୍ୟନ୍ତ ପ୍ରାୟ ୧୧୭୫ଜଣଙ୍କ କେଭିଡ୍ ୧୯ ପରୀକ୍ଷା କରାଯାଇଥିବା ବେଳେ ୨୪ ଜଣଙ୍କ କରୋନା ପଜିଟିଭ୍ ଆସିଛି । ଆଜି ପର୍ୟ୍ୟନ୍ତ ସେମାନଙ୍କ ମଧ୍ୟରୁ ୬ ଜଣ ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି।

yuvodaya
Leave A Reply

Your email address will not be published.