ଦେଓଗାଁ ବ୍ଲକରୁ ପୁଣି ୭ ଚିହ୍ନଟ : ମୋଟ ସଂଖ୍ୟା ୩୬

ଦେଓଗାଁ, (ମନିଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକରୁ ୭ଜଣଙ୍କ କରୋନା ପଜିଟିଭ ହୋଇଥିବା ସରକାରୀ ଭାବେ ସୂଚନା ମିଳିଛି। ସରକାରୀ ରିପୋର୍ଟ ଆସିଥିବା ୭ଜଣଙ୍କ ମଧ୍ୟରୁ ଖୋଦ ଦେଓଗାଁ ସଦରରୁ ଜଣେ ୨୩ ବର୍ଷିୟ ଯୁବକ ଚିହ୍ନଟ ହୋଇଥିବା ବେଳେ ମହଲାଇ ପଞ୍ଚାୟତ ପାଣ୍ଢେଲ ଗାଁର ୪ଜଣଙ୍କ ମଧ୍ୟରୁ ଜଣେ ୫୨ ବର୍ଷିୟ ପୁରୁଷ, ୨ଜଣ ୪୨ ବର୍ଷିୟ ପୁରୁଷ, ଜଣେ ୩୨ ବର୍ଷିୟ ପୁରୁଷ ଓ ଉପରଝର ପଞ୍ଚାୟତ ଫଟାମୁଣ୍ଡା ଗାଁର ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୩୦ ବର୍ଷିୟ ଯୁବକ, ୩୫ ବର୍ଷିୟ ପୁରୁଷ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକର ମୋଟ ପଜିଟିଭଙ୍କ ସଂଖ୍ୟା ୩୬ରେ ହୋଇଛି।

Leave A Reply

Your email address will not be published.