ବୌଦ୍ଧ ଜିଲ୍ଲାରେ ଆଜି ୩୬ ପଜିଟିଭ ଚିହ୍ନଟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲାରେ ଆଜି ଗୋଟିଏ ଦିନରେ ୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୯ ଜଣ କରୋନା ଯୋଦ୍ଧା ରହିଛନ୍ତି । କୋରନା ଯୋଦ୍ଧା ମାନଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ୩ ଜଣ, କୋଭିଡ ସେଣ୍ଟରର ଏଏନ୍‌ଏମ୍ ୩ ଜଣ ଏବଂ ସଫେଇ କର୍ମଚାରୀ ୩ ଜଣ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ସହରର ୧୧ ଜଣ, ପୁରୁଣାକଟକ ୧, ରାଧାନଗର ୧, ମଥୁରା ୧, ସାମ୍ପୋଚ ୧, ସାନବଙ୍କାପଡା ୧, ଚାରିଛକ ୧, ବାଘପାଲି ୧, ପଲାସ ୨, ଜହ୍ନାପଙ୍କ ୧, ବଲାସିଙ୍ଗା ୧, କମିରା ୧ ଓ ସରଣ୍ଡାରୁ ୧ଜଣ ନୂଆ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିବା ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଆଜିର ୩୬ ଜଣକୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୬୫୪ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.