oom

ବଲାଙ୍ଗିର ଜିଲ୍ଲାରେ ଆଜି ୭୬ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରେ ୧୦

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରଂଚଳରେ ୧୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୨, ୪ରୁ ୧, ୬ରୁ ୧, ୭ରୁ ୧, ୯ରୁ ୧, ୧୩ରୁ ୧, ୧୫ରୁ ୧, ୧୯ରୁ ୧ ଓ ୨୦ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୧ ଓ ରୋତ ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ବ୍ଲକ୍‌ ଅର୍ସାତୁଲା ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୭, ସିନ୍ଧେକେଲା ଗ୍ରା.ପ.ରୁ ୩, ବେଲପଡ଼ା ବ୍ଲକ୍‌ ଖଲିପଥର ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୧, ସଲଣ୍ଡି ଗ୍ରା.ପ.ରୁ ୧, ଧୁମାଭଟା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଅର୍ଜୁନପୁର ଗ୍ରା.ପ.ରୁ ୧, ଗାଈବାହାଲ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ବୀରମୁଣ୍ଡା ଗ୍ରା.ପ.ରୁ ୫, ସମରା ଗ୍ରା.ପ.ରୁ ୧, ତୁଷୁରା ଏନ୍‌ଏସି ୱାର୍ଡ ନଂ.୪ରୁ ୨, ଖପ୍ରାଖୋଲ ବ୍ଲକ୍‌ ଘୁନ୍‌ସର ଗ୍ରା.ପ.ରୁ ୧, ଖପ୍ରାଖୋଲ ଗ୍ରା.ପ.ରୁ ୪, ଲାଠୋର ଗ୍ରା.ପ.ରୁ ୧, ଟଙ୍କପାଣି ଗ୍ରା.ପ.ରୁ ୨, ଲୋଇସିଂହା ବ୍ଲକ୍‌ କୁସ୍‌ମେଲ ଗ୍ରା.ପ.ରୁ ୨, ମୁରିବାହାଲ ବ୍ଲକ୍‌ ଗୋଇମୁଣ୍ଡା ଗ୍ରା.ପ.ରୁ ୪, ହଲଦି ଗ୍ରା.ପ.ରୁ ୨, ମୁରିବାହାଲ ଗ୍ରା.ପ.ରୁ ୧, ପତ୍ରାପାଲି ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ବରପଦର ଗ୍ରା.ପ.ରୁ ୨, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୦ରୁ ୧, ପୁଇଁନ୍ତଲା ବ୍ଲକ୍‌ ଭାଲେର ଗ୍ରା.ପ.ରୁ ୧, ପୁଇଁନ୍ତଲା ଗ୍ରା.ପ.ରୁ ୧, ସାଆନ୍ତପୁର ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଲକ୍‌ ବିବିନା ଗ୍ରା.ପ.ରୁ ୧, ଡେଙ୍ଗ୍‌ ଗ୍ରା.ପ.ରୁ ୧, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨, କନ୍ଧକେଲଗାଁ ଗ୍ରା.ପ.ରୁ ୧, କୁଇକେଡ଼ା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଭାଟିପଡ଼ା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୫ରୁ ୨, ୮ରୁ ୨, ୧୦ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି ।

ତେବେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ ମାତ୍ର ୬୯୫ ଜଣ କରୋନା ଏକ୍‌ଟିଭ୍‌ ଆକ୍ରାନ୍ତ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ସମୁଦାୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨୧୫ ଏବଂ ସୁସ୍ଥଙ୍କ ସଂଖ୍ୟା ୫୪୯୦ ।

jittmm
Leave A Reply

Your email address will not be published.