ବଲାଙ୍ଗିରରେ କରୋନା : ଜିଲ୍ଲା ପ୍ରଶାସନର ଟେଷ୍ଟିଂ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆଜି ହଜାରେ ପୂରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଆଜିର ୬୬ ଜଣ ସଂକ୍ରମିତଙ୍କୁ ମିଶାଇଲେ ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୦୧୦ ହୋଇଛନ୍ତି । ଏହି ସମୟରେ ଜିଲ୍ଲା ପ୍ରଶାସନ କରୋନା ପ୍ରତିରୋଧ କ୍ଷେତ୍ରରେ କିଭଳି ଟେଷ୍ଟିଂ ପଦକ୍ଷେପ ନେଇଛି, ସେ ସଂପର୍କରେ ବଲାଙ୍ଗିର ଜିଲ୍ଲାବାସୀ ଜାଣିବା ଅତ୍ୟନ୍ତ ଜରୁରୀ । ସରକାରୀ ରିପୋର୍ଟ ଅନୁସାରେ ବଲାଙ୍ଗିର ବ୍ଲକ୍‌ ଅଂଚଳରେ ୬୭୫ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ ଜଣ ପଜେଟିଭ୍‌ ବାହାରିଛନ୍ତି ଏବଂ ୬୩୯ ଜଣ ନେଗେଟିଭ୍‌ ରହିଛନ୍ତି । ସମୁଦାୟ ଏହି ବ୍ଲକ୍‌ ପାଇଁ ୭୪୬ଟି ଆଣ୍ଟିଜେନ୍‌ କିଟ୍‌ ଗ୍ରହଣ ହୋଇଥିବା ବେଳେ ଆହୁରି ୭୧ଟି କିଟ୍‌ ବାକି ରହିଛି । ସେହିପରି ଆଗଲପୁର ବ୍ଲକ୍‌ ପାଇଁ ୮୭୫ଟି କିଟ୍‌ ଅଣା ଯାଇଥିବା ବେଳେ ସେଥିରୁ ୪୪୩ଟି ବ୍ୟବହାର ହୋଇଛି ଏବଂ ୪୩୨ଟି ବାକି ରହିଛି । ଏହି ବ୍ଲକ୍‌ରେ ସମୁଦାୟ ପଜେଟିଭ୍‌ ସଂଖ୍ୟା ୨୪ ଏବଂ ନେଗେଟିଭ୍‌ ସଂଖ୍ୟା ୪୧୯ ରହିଥିବା କୁହାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ୍‌ ପାଇଁ ୧୦୨୫ ପରୀକ୍ଷଣ କିଟ୍‌ ଗ୍ରହଣ କରାଯାଇଥିବା ବେଳେ ଏଥିରୁ ବ୍ୟବହାର ହୋଇଛି ୧୦୦୨ଟି । ଏହି ବ୍ଲକ୍‌ରେ ୨୪ ଜଣ ପଜେଟିଭ୍‌ ଥିବା ବେଳେ ୯୭୮ ଜଣ ନେଗେଟିଭ୍‌ ଅଛନ୍ତି । ବେଲପଡ଼ା ବ୍ଲକ ଅଂଚଳ ପାଇଁ ୯୭୫ଟି ଆଣ୍ଟିଜେନ୍‌ କିଟ୍‌ ଗ୍ରହଣ କରାଯାଇଛି ଏବଂ ସବୁତକ ବ୍ୟବହାର ହୋଇ ସାରିଛି । ଏହି ବ୍ଲକ୍‌ରେ ୯୭୫ ଜଣ ହିଁ ନେଗେଟିଭ୍‌ ବାହାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ବି ପଜେଟିଭ୍‌ ନାହାନ୍ତି । ଦେଓଗାଁ ବ୍ଲକ୍‌ରେ ୭୬୭ ଜଣ ନେଗେଟିଭ୍‌ ଆସିଥିବା ବେଳେ ମାତ୍ର ୮ ଜଣ ପୋଜେଟିଭ୍‌ ରହିଛନ୍ତି । ସମୁଦାୟ ୭୭୫ଟି କିଟ୍‌ ଏଠାରେ ବ୍ୟବହାର ହୋଇଛି । ଲୋଇସିଂହା ବ୍ଲକ୍‌ ଅଂଚଳରେ ୬୭୫ଟି କିଟ୍‌ସ ଗ୍ରହଣ କରାଯାଇଥିବା ବେଳେ ୫୩୪ଟି ବ୍ୟବହାର ହୋଇଛି ଏବଂ ୧୪୧ଟି ବାଲେନ୍ସ ଅଛି । ଏହି ବ୍ଲକ୍‌ରେ ୫୧୭ ଜଣ ନେଗେଟିଭ୍‌ ବାହାରିଥିବା ବେଳେ ୧୭ ଜଣ ପୋଜେଟିଭ୍‌ ଅଛନ୍ତି । କରୋନା ପରୀକ୍ଷଣ ପାଇଁ ଗୁଡ଼ଭେଲା ବ୍ଲକ୍‌ରେ ୭୫୦ଟି କିଟ୍‌ ଗ୍ରହଣ ହୋଇଥିବା ବେଳେ ଏଯାଏଁ ୨୨୫ କିଟ୍‌ ବ୍ୟବହାର ହୋଇନାହିଁ । ତେବେ ଏହି ଅଂଚଳରୁ ୨୭ ଜଣ ପଜେଟିଭ୍‌ ବାହାରିଛନ୍ତି ଏବଂ ୪୬୮ ଜଣ ନେଗେଟିଭ୍‌ ରହିଛନ୍ତି । ଖପ୍ରାଖୋଲ ବ୍ଲକ୍‌ରେ ୧୧୦୧ ଜଣ ନେଗେଟିଭ୍‌ ରହିଥିବା ବେଳେ ୧୪ ଜଣ ପୋଜେଟିଭ୍‌ ବାହାରିଛନ୍ତି । ଏଠାରେ ସମୁଦାୟ ଟେଷ୍ଟ ହୋଇଛି ୧୧୧୫ଟି । ଗ୍ରହଣ କରାଯାଇଥିବା ପରୀକ୍ଷଣ କିଟ୍‌ ମଧ୍ୟରୁ ଏବେ ବି ୧୦ କିଟ୍‌ ବାଲେନ୍ସ ରହିଛି । ମୁରିବାହାଲ ବ୍ଲକ୍‌ ପାଇଁ ୧୦୨୫ ଟି କିଟ୍‌ ଗ୍ରହଣ କରାଯାଇଥିବା ବେଳେ ୫ଟି କିଟ୍‌ ଆଉ ବାକି ରହିଛି । ଏହି ବ୍ଲକ୍‌ ଅଂଚଳରେ ୧୦୧୭ ଜଣ ନେଗେଟିଭ୍‌ ରହିଥିବା ବେଳେ ମାତ୍ର ୩ ଜଣ ପଜେଟିଭ୍‌ ଥିବା ଦର୍ଶାଯାଇଛି । ପାଟଣାଗଡ଼ ବ୍ଲକ୍‌ ପାଇଁ ୮୭୫ଟି କିଟ୍‌ ଗ୍ରହଣ ହୋଇଥିବା ବେଳେ ସବୁତକ ଟେଷ୍ଟ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ୮୭୫ ଜଣ ନେଗେଟିଭ୍‌ ରହିଥିବା କୁହାଯାଇଛି । ସଇଁନ୍ତଲା ବ୍ଲକ ଅଂଚଳରେ ସମୁଦାୟ ୯ ଜଣ ପୋଜେଟିଭ୍‌ ରହିଥିବା ବେଳେ ୭୧୫ ଜଣ ନେଗେଟିଭ୍‌ ରହିଛନ୍ତି । ୭୨୫ ଆଣ୍ଟିଜେନ୍‌ କିଟ୍‌ ଗ୍ରହଣ ହୋଇଥିବା ବେଳେ ଏଠାରେ ସବୁ କିଟ୍‌ ପରୀକ୍ଷାରେ ବ୍ୟବହାର ହୋଇଯାଇଛି । ପୁଇଁନ୍ତଲା ବ୍ଲକ ଅଂଚଳ ପାଇଁ ୭୭୫ କିଟ୍‌ ଗ୍ରହଣ ହୋଇଥିବା ବେଳେ ସବୁତକ ଟେଷ୍ଟ ହୋଇ ସାରିଛି । ଏହି ଅଂଚଳରେ ପୋଜେଟିଭ୍‌ ସଂଖ୍ୟା ୩୬ ରହିଥିବା ବେଳେ ନେଗେଟିଭ୍‌ ରହିଛି ୭୩୯ । ତୁରେକେଲା ବ୍ଲକ୍‌ ପାଇଁ ୧୦୨୫ କିଟ୍‌ ଗ୍ରହଣ ହୋଇଥିବା ବେଳେ ସବୁତକ ପରୀକ୍ଷା ସରିଛି ଏବଂ ସେଥିରୁ ୧୦୨୩ ନେଗେଟିଭ୍‌ ବାହାରିଛି ଓ ୨ ଜଣ ପୋଜେଟିଭ୍‌ ରହିଛନ୍ତି । ଟିଟିଲାଗଡ଼ ବ୍ଲକ୍‌ରେ ୭ ଜଣ ପୋଜେଟିଭ୍‌ ରହିଥିବା ବେଳେ ୯୫୪ ଜଣ ନେଗେଟିଭ୍‌ ରହିଛନ୍ତି । ସଂପୃକ୍ତ ଅଂଚଳ ପାଇଁ ୯୭୫ଟି କିଟ୍‌ ଯାଇଥିବା ବେଳେ ସବୁତକ ଟେଷ୍ଟ ହୋଇ ସାରିଛି । ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁସାରେ ଟେଷ୍ଟିଂ ବଢ଼ି ବଢ଼ି ଚାଲିଛି ଏବଂ ଟେଷ୍ଟିଂ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.