ଦେଓଗାଁ ବ୍ଲକନେ ଆଜି ଫେର ୧୧ଝନ୍ ହେଲେ କରୋନା ଚିହ୍ନଟ : ଗଲା ୫ଦିନେ ୨ଶହ ପାର୍ ହେଲା ନ

  • ଅସମ୍ଭାଳ ହେଇ ବସଲାନ ସଂକ୍ରମଣ : ରୋକ୍ ଲଗେଇ ପାରବା ତ ପ୍ରଶାସନ
    ଦେଓଗାଁ, (ମନୀଷ କୁମାର ସାହୁ) : ଦିନା କେତେ ହେଲା ଦେଓଗାଁ ବ୍ଲକ ଅଞ୍ଚଳନେ କରୋନାର ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖବାର କେ ମିଲୁଛେ । ଗଲା ରବିବାର ଦିନେ ବ୍ଲକନେ ୭୩ଜଣ, ସୋମବାର ଦିନେ ୩୧ ଜଣ, ମଙ୍ଗଳବାର ଦିନେ ୬୧, ବୁଧବାର ଦିନେ ୩୯ ଝନ ଆଉ ଆଜି ଗୁରୁବାର ଦିନ ଦେଓଗାଁ ବ୍ଲକର ଭିନ୍ ଭିନ ପଞ୍ଚାୟତନୁ ୧୧ଝନ୍ ପଜିଟିଭ ଚିହ୍ନଟ ହେଇଥିବାର ସରକାରୀ ରିପୋର୍ଟ ଆସିଛେ । ଆଜିର ରିପୋର୍ଟ ଭିତରୁ ଦେଓଗାଁ ଆରୁ ସାରସମାଲ ପଞ୍ଚାଏତନୁ ୨ଝନ୍ ଲେଖାନ୍, ଅର୍ଜୁନପୁର, ବଡବନ୍ଧ, ବନ୍ଧପଡ଼ା, ଦେଷଣ୍ଢ, ଧଣ୍ଡାମାଲ, କୁତୁର୍ଲା ଆରୁ ସାଲେପାଲି ପଞ୍ଚାୟତନୁ ଝନେ ଲେଖାନ ବାହାରିଥିବାର ଜଣାପଡିଛେ । ହେନ୍ତାକରି ଗଲା କାଲି ବି ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତନୁ ୬ଜଣ ଲେଖାନ ଚିହ୍ନଟ ହୋଇଥିଲା ବେଳେ ଧଣ୍ଡାମାଲନୁ ୫ଜଣ, ଉଡାରନୁ ୪ଜଣ, କୁତୁର୍ଲା ଓ ଦେଓଗାଁନୁ ୩ଜଣ ଲେଖାନ, ମୁକୁନ୍ଦପୁର ଆରୁ ବଡବାହାଲ ପଞ୍ଚାୟତନୁ ୨ଜଣ ଲେଖାନ, ଅର୍ଜୁନପୁର, ଦେଷଣ୍ଢ, ଗୌଡ଼ଗୋଠ, ଜରାସିଂହା, ରାମଚନ୍ଦ୍ରପୁର, ସିକୁଆଁ ଆଉ ଉପରଝର ପଞ୍ଚାୟତରୁ ଜଣେ ଲେଖାନ କରୋନା ରୋଗୀ ଚିହ୍ନଟ ହେଇଥିବାର ଜଣାପଡ଼ିଥିଲା । ଇଠାନେ ପ୍ରକାଶ ଯେ, ଦେଓଗାଁ ବ୍ଲକନେ ଗଲା ମାସେ ଭିତରେ ୪୫୨ଜଣ କରୋନା ରୋଗୀ ଚିହ୍ନଟ ହେଇଥିବାର ଜଣାପଡ଼ିଛେ । ହେଲେ ତାରନୁ ଆଉ ସାଙ୍ଘାତିକ କଥା ହେଲା ଗଲା ୫ଦିନ ଭିତରେ ୨ଶହ ପାର ହେଲାନ ସଂକ୍ରମଣ । ଇହାଦେ ବଲାଙ୍ଗିର ଜିଲ୍ଲାନେ ଅଲଗା କେତେଟା ବ୍ଲକ୍ ଅପେକ୍ଷା ଦେଓଗାଁ ବ୍ଲକନେ କରୋନା ଦିନକେ ଦିନ ସଂକ୍ରମଣ ହାର ବଢୁଥିବାର ଲାଗି ପ୍ରଶାସନ ତରଫରୁ କଟକଣାକେ କଡାକଡି କରବାର ଲାଗି ଭିନ୍‌ ଭିନ୍‌ ମହଲନୁ ଦାବି ହେବାର ଲାଗିଛେ । ଏବେ ଲାଗୁ ହେଇଥିବା ଲକଡାଉନନେ ଦେଓଗାଁ ସଦର ଏରିଆ ଆରୁ ପାଖର ଆଖର ଗାଁମାନଙ୍କର ଲୋକମାନେ ବାହାରେ ବୁଲାବୁଲି କରୁଥିଲା ବେଳେ ପୁଲିସ ବିଭାଗ ତରଫରୁ ଖାଲି ଜାତୀୟ ରାଜପଥରେ କୋଭିଡ ନିୟମ ଉଲଂଘନ କଲେ ଜରିମାନା ଆଦାୟ କରୁଛନ । ହେଲେ ଲୋକମାନେ କାମ ନିଥିଲେ ବି ବାହାରକେ ବୁଲାବୁଲି କରୁଥିବାରଟା ଦେଖବାକେ ମିଳୁଛେ । ଇତାର ସାଙ୍ଗେ ଗାଁମାନଙ୍କେ ଲକଡାଉନର କିଛି ବି ପ୍ରଭାବ ନିଥିବାର ଜଣାପଡ଼ୁଛେ । ଅଞ୍ଚଳନେ କେନ୍ତା କରି ଜଲଦୀ ଅଧିକା ଲୋକକେ ଟେଷ୍ଟ କରି ପ୍ରଶାସନ ଆରୁ ପୁଲିସ ପକ୍ଷରୁ ମିଳିତ ଭାବେ ଅଞ୍ଚଳନେ ଲୋକଙ୍କୁ ଘରୁ ନି ବାହାରିବାରକେ ସଚେତନ କରିବାର ଆଉ ଅମାନିଆମାନକରନୁ ଜରିମାନା ଆଦାୟ କରି ଗାଁ ଗାଁରେ ପେଟ୍ରୋଲିଙ୍ଗ କରବାରକେ ଦାବି ହଉଛେ। ଏନ୍ତା ଖୁଲା ମେଳା ଲକଡାଉନନେ କାରୋନାକେ ଅଟକାଇବାର ଲାଗି ସକ୍ଷମ ନୁହେଁ ସେ, ସଟଡାଉନ୍ ଭଳିଆ କଟକଣା କରାଗଲେ ସଂକ୍ରମଣକେ ରୋକ୍‌ ଲଗାଯାଇ ପାରତା ବଲି ଭିନ୍‌ ଭିନ୍‌ ମହଲୁ ମତ ପ୍ରକାଶ ପାଉଛେ ।
Leave A Reply

Your email address will not be published.

eight − seven =