oom

କରୋନା ଆଇନ ଉଲଂଘନ ଯୋଗୁଁ ୫ ଦୋକାନ ଓ ଗୋଟିଏ ବ୍ୟାଙ୍କ୍ ସିଲ୍

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଟିଟିଲାଗଡ ପ୍ରଶାସନ ନିୟମ କଡାକଡି କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୋଲିସ ବିଭିନ୍ନ ଛକ ସ୍ଥାନରେ ଛିଡ଼ା ହୋଇ ଅମାନିଆମାନଙ୍କଠୁ ତଣ୍ଡ ଗଣୁଥିବା ବେଳେ ପୌରପରିଷଦ କର୍ମଚାରୀ ସହରର ବିଭିନ୍ନ ଦୋକାନ ଦୋକାନ ବୁଲି କୋଭିଡ଼ ନିୟମ ଉଲଂଘନ କରିଥିବା ଦୋକାନ ଗୁଡ଼ିକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ପୌରପରିଷଦ ଦୁଇଟି ଦୋକାନକୁ ବନ୍ଦ କରିଥିବା ବେଳେ ଆଜି ମଙ୍ଗଳବାର ଦିନ ପାଞ୍ଚଟି ଦୋକାନ ସମେତ ଗୋଟିଏ ବ୍ୟାଙ୍କକୁ ସିଲ୍ କରିଛି । ଗୋଟିଏ ମୋବାଇଲ ଦୋକାନ, ଗୋଟିଏ ଡାକ୍ତରୀ ଚଷମା ଦୋକାନ, ଗୋଟିଏ ସେଲୁନ, ଗୋଟିଏ ସିମେଣ୍ଟ ଦୋକାନ, ଗୋଟିଏ ଟ୍ରାଭେଲ୍ ସମ୍ବନ୍ଧୀୟ ଦୋକାନ ଓ ୟୁକୋ ବ୍ୟାଙ୍କ ଆଦିକୁ ସିଲ୍ କରିଛି ।

ଟିଟିଲାଗଡ ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ କହିଛନ୍ତି, ଆଗକୁ ଆହୁରି କଟକଣା କଡାକଡି କରାଯିବ । ଯେଉଁମାନେ ମାସ୍‌ସ୍କର ବ୍ୟବହାର କରୁନାହାଁନ୍ତି କିମ୍ବା ମାସ୍କ ବ୍ୟବହାରରେ ଅବହେଳା କରୁଥିବା ଦେଖାଗଲେ ଫାଇନ ଆଦାୟ କରାଯିବ ଓ ଦୋକାନୀମାନେ କୋରୋନା ନିୟମ ଉଲଂଘନ କଲେ ଦୋକାନ ଗୁଡ଼ିକୁ ସିଲ୍ କରାଯିବ । ଅଯଥାରେ ରାସ୍ତାରେ ବୁଲୁଥିବା କରୁଥିବା ଲୋକଙ୍କଠୁ ଫାଇନ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି । ଜରୁରୀ କାମ ନଥିଲେ ଘରୁ ନ ବାହାରି ପାଇଁ ସେ ପରାମର୍ଶ ଦେଇଛନ୍ତି ।

jittmm
Leave A Reply

Your email address will not be published.