oom

ଚାଇଲ୍ଡ ଲାଇନ୍ – ୧୦୯୮ ସେବା ସୁବର୍ଣ୍ଣପୁର ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଆଜିଠୁ ଆରମ୍ଭ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଚାଇଲ୍ଡ ଲାଇନ୍ – ୧୦୯୮ ସେବା ସୁବର୍ଣ୍ଣପୁର ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଆଜିଠୁ ଆରମ୍ଭ ହୋଇଛି । ଶିଶୁଙ୍କ ସୁରକ୍ଷା, ଅଧିକାର, ଶିକ୍ଷା ଓ ସ୍ବାସ୍ଥ୍ୟ ପରି ସେବାକୁ ଦୃଢୀକରଣ ଓ ସହଜ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଚାଇଲ୍ଡ ଲାଇନ୍ ସେବା ଶିଶୁ ଅଧିକାରକୁ ମଜବୁତ କରିବ ବୋଲି ବିଶିଷ୍ଟ ସାମାଜିକ କର୍ମୀମାନେ ମତ ଦେଇଛନ୍ତି । ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରେଆର୍ ପରିଚାଳନାରେ ଆରମ୍ଭ ହୋଇଥିବା ଚାଇଲ୍ଡ ଲାଇନ୍ ୧୦୯୮ ସେବାର ଉଦଘାଟନୀ ପର୍ବରେ ଆଂଚଳିକ ସାଧନ କେନ୍ଦ୍ର ପୂର୍ବାଂଚଳ ଜୋନର ସଂଯୋଜକ ଅର୍କ ଲାହା,ଏଡ୍ ଏଟ୍ ଏକ୍ସନର ଆନ୍ତର୍ଜାତୀୟ ଦକ୍ଷିଣ ଏସିଆର ନିର୍ଦ୍ଦେଶକ ଉମି ଡାନିଏଲ ଅତିଥିଭାବେ ଯୋଗ ଦେଇଥିଲେ । ରେଆର୍ ର ପ୍ରତିଷ୍ଠାତା ସଂପାଦକ ଗୌରୀଶ୍ୟାମ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରି ଚାଇଲ୍ଡ ଲାଇନ୍ -୧୦୯୮ ସେବା ସୁବର୍ଣ୍ଣପୁର ଜିଲ୍ଲାର ଶିଶୁଙ୍କ ଅଧିକାରକୁ ସୁରକ୍ଷିତ ରଖିବାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ।

jittmm
Leave A Reply

Your email address will not be published.