ଦିଲ୍ଲୀ ଚାଷୀ ଆନ୍ଦୋଳନର ପ୍ରଭାବ ଟିଟିଲାଗଡରେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଦିଲ୍ଲୀରେ କୃଷକମାନେ ଓ କଂଗେସ ଦଳ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଦିନ ୧୨ ଟାରୁ ୩ ଟା ପର୍ୟ୍ୟନ୍ତ ତିନି ଘଣ୍ଟା ଅଖ ଚକ ଜାମ କରିବାପାଇଁ ଦେଶ ବାସୀଙ୍କୁ ଆହ୍ବାନ କରିଛନ୍ତି । ଏହାରର ପ୍ରଭାବ ଟିଟିଲାଗଡରେ ମଧ୍ୟ ଦେଖା ଦେଇଥିଲା । ରାଜ୍ୟ ଯୁବ କଂଗ୍ରେସର ଉପ ସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଶ୍ରମିକ ନେତା ବାଳକୃଷ୍ଣ ଷଣ୍ଢ , କଂଗ୍ରେସ ନେତା କର୍ମୀ ପ୍ରଭାସ ବହିଦାର, ବିଭିନ୍ନ କଂଗେସ ନେତା ଓ ସ୍ଥାନୀୟ ଚାଷୀ ଟିଟିଲାଗଡ ଥାନା ଅନ୍ତର୍ଗତ ଦେଶିଲ ଗ୍ରାମ ପାଖରେ ଜାତୀୟ ରାଜପଥ ୫୯କୁ ଅବରୋଧ କରି କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ । ଏହା ସହ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଅନେକ ମଣ୍ଡିରେ ଧାନ ଗୁଡ଼ିକ ପଡ଼ିରହିବା, ଚାଷୀଙ୍କୁ ଟୋକନ ନ ମିଳିବା, ଟାର୍ଗେଟ ସରିଯିବା, କଟନୀ ଛଟନୀ ଆଦି ବିଭିନ୍ନ ସମସ୍ୟାର ଯଥା ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଓ ରାଜ୍ୟ ସରକାରଙ୍କୁ ଦାବୀ କରିଛନ୍ତି । ଆନ୍ଦୋଳନ ସମୟରେ ମାନବିକତା ଦେଖାଇ ଆନ୍ଦୋଳନକାରୀମାନେ ଆମ୍ବୁଲାନ୍ସକୁ ରାସ୍ତା ଛାଡି ଦେଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.