jayashree

ତାରାତାରିଣୀଙ୍କ ମନ୍ଦିରରୁ ଦେବୀଙ୍କ ଅଳଙ୍କାର, ମୁକୁଟ, କୀରଟି ଚୋରି ଘଟଣା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଯାହାକି, ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀ କୂଳବତ୍ତୀ ତଥା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଅବସ୍ଥାପିତ ମା’ ତାରାତାରିଣୀଙ୍କ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଖବର ମିଳିଛି । ମନ୍ଦିରର ମୁଖ୍ୟ ଗେଟ୍‌ର କବାଟକୁ କେହି ଦୁର୍ବୃତ୍ତ ପଶି ତାଲା କାଟି ମନ୍ଦିର ଭିତରେ ପଶି ଚୋରି କରିଛନ୍ତି । ମା’ଙ୍କ ରୂପାର କୀରଟି, ମୁଖା, ଛତ୍ରୀ ଚୋରାଇ ନେବା ସହ ହୁଣ୍ଡିକୁ ଭାଙ୍ଗି ସେଥି ମଧ୍ୟରେ ଥିବା ଭକ୍ତଙ୍କ ଲକ୍ଷାଧିକ ଦାନ ଟଙ୍କାକୁ ଲୁଟି ନେଇଯାଇଛନ୍ତି । ବୁଧବାର ଭୋରରୁ ମା’ଙ୍କ ସେବାଲାଗି ଆସିଥିବା ସେବାୟତମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚୋରୀ ହୋଇଯାଇଥିବା ଜାଣି ମନ୍ଦିର ପ୍ରଶାସନକୁ ଖବର ଦେଇଥିଲେ । ଏହା ସାଂଗକୁ ଅନ୍ୟସେବାୟତମାନଙ୍କୁ ଜଣାଇଥିଲେ । ଏହାର ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ପୁରୁଷୋତ୍ତମପୁର ଥାନା କର୍ତ୍ତୃପକ୍ଷ, ଏସ୍‌ଡିପିଓ ରଜନିକାନ୍ତ ସାମଲଙ୍କ ସମେତ ପୋଲିସ ସଦଳେ ବଳେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ପ୍ରକୃତ ତଥ୍ୟ ଉଦ୍ଧାର ହୋଇନାହିଁ, କି ଚୋର ମଧ୍ୟ ଧରା ପଡ଼ି ନାହାଁନ୍ତି ବୋଲି ଜଣାଯାଇଛି ।

Leave A Reply

Your email address will not be published.