ବଲାଙ୍ଗିର ଲିଗ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଏଏଫ୍‌ସିସିକୁ ହରାଇ ତୁଷାର ରୟାଲ ଚମ୍ପିୟାନ

ବଲାଙ୍ଗିର, (ଦେବାଷିଶ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନ୍ତିମ ଦିବସର ଫାଇନାଲ ମ୍ୟାଚ୍‌ଟି ତୁଷାର ରୟାଲ ଦଳ ଓ ଏଏଫ୍‌ସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଏଫ୍‌ସିସି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୬୨ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଲକି ସର୍ବାଧିକ ୬୯ ରନ୍‌ ଓ ସୁବାଶିଷ ମିର୍ଦ୍ଧା ୩୮ ରନ୍‌ ସଂଗ୍ରହ କରିଥିଲେ । ତୁଷାର ରୟାଲ ଦଳ ତରଫରୁ ସଫଳ ବୋଲର ଭାବରେ ରାଜେଶ ରୋଶନ ସିକା ସର୍ବାଧିକ ୫ ଗୋଟି ୱିକେଟ ଓ ବିଜ୍ଞାନ ମିଶ୍ର ୩ ଗୋଟି ୱିକେଟ ନେଇଥିଲେ । ଜବାବରେ ତୁଷାର ଦଳ ୬ ୱିକେଟ ବିନିମୟରେ ଆବଶ୍ୟକୀୟ ୧୬୭ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ମାସନ ମିଶ୍ର ୩୮ ରନ୍‌, ରାଘବେନ୍ଦ୍ର ତ୍ରିପାଠୀ ୩୫ ରନ୍‌, ବିଜ୍ଞାନ ମିଶ୍ର ଅପରାଜିତ ୨୯ ରନ୍‌ ଓ ରାଜେଶ ରୋଶନ ସିକା ଅପରାଜିତ ୩୩ ରନ୍‌ ସଂଗ୍ରହ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ରାଜେଶ ରୋଶନ ସିକାକୁ ମ୍ୟାନ ଅଫ୍‌ ଦି ମ୍ୟାଚ ପ୍ରଦାନ କରାଯାଇଥିବା ବେଳେ କିଶନ ନାଏକଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ୍‌, ବିଜ୍ଞାନ ମିଶ୍ର ଶ୍ରେଷ୍ଠ ବୋଲର, ଆୟୁଷ ସାହୁଙ୍କୁ ଏମାର୍ଜିଂ ପ୍ଲେୟାର ଅଫ୍‌ ଟି ଟୁର୍ଣ୍ଣାମେଣ୍ଟ ଓ ମ୍ୟାନ ଅଫ୍‌ ଦି ସରିଜ୍‌ ବାବୁଲୁ ସେଠିଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ କ୍ରିକେଟ ସଂଗଠକ ତଥା ଏମ୍‌ସିସି କ୍ଲବର ସତ୍ତ୍ୱାଧିକାରୀ ରିକନ୍‌ ମହାନ୍ତି, ସମ୍ମାନିତ ଅତିଥି ଅତିଥି ସତ୍ୟ ମାଝି ଓ ସମାଜସେବୀ ଗୁଗୁନ ନାଏକ ଯୋଗଦେଇ ଖେଳାଳି ତଥା ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ବଲାଙ୍ଗିର ଲିଗ୍‌ କ୍ରିକେଟର ସଭାପତି ପ୍ରଶାନ୍ତ ବାରିକ ଓ ସଂପାଦକ ବିଜୟ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ମ୍ୟାଚ୍‌କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ସମୀର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ପ୍ରକାଶ ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.