om academy

ଦୁଇ ଝିଅଙ୍କୁ ଛାଡ଼ି ପ୍ରେମିକ ସହ ମା’ ଚଂପଟ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ ଆଗରେ ମା’ର ସ୍ନେହ, ମମତା ବଳି ପଡିଗଲା। ଭୁଲିଗଲା ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ଶିଶୁମାନଙ୍କୁ । ଭୁଲିଗଲା ଛୁଆଙ୍କ ସ୍ନେହବୋଳା ମା’ ଡାକ । ସବୁ ତୁଛ ହୋଇଛି ପ୍ରେମ ଆଗରେ । ଶେଷରେ ପ୍ରେମିକ ସହ ଚଂପଟ ମାରିଛି ଜଣେ ମା’ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ଅନକାମୁରା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଅନକାମୁର ଗାଁର ଭଜମନ ବାରଲେବେଡିଆ ବିବାହ କରିଥିଲେ । ତାଙ୍କର କୁନି କୁନି ୨ ଝିଅ । ଏପରିକି ସାନ ଝିଅ ମାତ୍ର ୬ ମାସର । ଦୁଇ ଝିଅଙ୍କୁ ଛାଡି ତାଙ୍କ ସ୍ତ୍ରୀ ପ୍ରେମିକ ସହ ଫେରାର ହୋଇଯାଇଥିବା ଏବେ ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଭଜମନ ତାଙ୍କ ସ୍ତ୍ରୀ, ପ୍ରେମିକ ମୁକେଶ ବେହେରାଙ୍କ ସହ ତା୧୧.୪ ୨୦୨୧ ଦିନ ଫେରାର ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଭଜମନ ଲିଖିତ ଅଭିଯୋଗ ଦରଖାସ୍ତ ଲେଖାକୁ ବଦଳାଅ ଓ ମୋର ସ୍ତ୍ରୀ କେଉଁଆଡେ ଫେରାଇ ହୋଇ ଯାଇଛି ବୋଲି ଲେଖ ବୋଲି ଥାନାଧିକାରୀ କହିଥିଲେ ବୋଲି ଭଜମନ ବାରଲେବେଡିଆ ପ୍ରକାଶ କରିଛନ୍ତି । ଦିନ ଦିପ୍ରହରରେ ପ୍ରେମିକ ମୁକେଶ ବେହେରା ସହ ଭଜମନଙ୍କ ପତ୍ନୀ ଯାଇଥିବାର ପ୍ରମାଣ ରହିଥିଲେ ହେଁ ପୋଲିସ ମୁକେଶ ବେହେରାଙ୍କ ପ୍ରତି କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.