ପୁଷ୍‌ପୁନି ପାଇଁ ଗାଁ ଗୁଡ଼ିକ ଚଳ ଚଞ୍ଚଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଗାଁରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷ୍‌ପୁନି ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଛି । ଛୋଟ ଛୋଟ ପିଲା ମାନେ ଘର ଘର ବୁଲି ପାରମ୍ପରିକ ରୀତିରେ ଛେର୍‌ଛେରା ମାଗିଥିବା ଦେଖିବାକୁ ମଧ୍ୟ ମିଲି ଥିଲା । ଛେର୍‌ ବୁଢ଼ୀ ଛେର୍‌ଛେରା, ଇ ଘରର୍‌ ବୁଢ଼ୀ କାହିଁ ଗଲା, କୁଁଡ଼ା ଖାଇ ଖାଇ ଛେରେଇ ହେଲା…. ଗୀତ ଗାଇ ଚାଉଳ, ଟଙ୍କା ମାଗୁଥିବାର ଦେଖାଯାଇଛି । ତେବେ ଆଜି ବି ଲୋକେ ପରମ୍ପରାକୁ ଭୁଲି ନାହାନ୍ତି । ପୁଷ୍‌ପୁନି ଅବସରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଉତ୍ସାହିତ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.