oom

ଗରିମାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗରିମା ଓ ସେକ୍ଟର ୧ ସ୍ଥିତ ବିବେକାନନ୍ଦ ଶିକ୍ଷା ସଦନର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ଉପଲକ୍ଷେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରିମାର ଅଧ୍ୟକ୍ଷ ସୁନିଲ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଶିକ୍ଷାବିତ୍ ରାଜକୁମାର ମହାନ୍ତି ଓ କବି ଅଭିରାମ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି କହିଥିଲେ । ଅତିଥି ଶ୍ରୀ ଦାଶ ବୃକ୍ଷ ରୋପଣର ଉପକାରିତା ଓ ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ସଂପାଦକ ଶ୍ରୀ ଜେନା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଜନ୍ମ ଦିନରେ ଅତି କମରେ ଗୋଟିଏ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଆବଶ୍ୟକତାକୁ ଦେଖି ଦୁଇଟି ଆକ୍ବାଗାର୍ଡ ଯୋଗାଇ ଦେବାକୁ ସଂପାଦକ ଶ୍ରୀ ଜେନା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗରିମାର ଉପଦେଷ୍ଟା ରଶ୍ମିତ ସାହାଣୀ, ଡଃ ସରିତା ମଲ୍ଲ, ସିଲି ମହାନ୍ତି, ସସ୍ମିତା ଜେନା, ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ଶଙ୍ଖରିନା ପ୍ରଧାନ, ମମତା ଦାଶ, ଶର୍ମିଲା ରାଜଗୁରୁ, ମୋନାଲିସା ସାହୁ, ମୋନାଲିସା ଗୌଡ ଓ ଶିକ୍ଷାସଦନ ତରଫରୁ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ବେହେରା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ପାଢୀ, ସବିତା ସାମଲ, ସୁମିତ୍ରା ନାୟକ, ଗୀତାଞ୍ଜଳି ପରିଡା, ସୁରେଶ୍ୱରୀ ପାଢୀ, ସୌଭାଗିନୀ ପରିଜା, ରୀତା ସାମଲ, ଗୀତା ଖଣ୍ଡୁଆଳ, ବିଦୁଲତା ରାଉତ, ରାଧାରାଣୀ ରାୟ, ମାଲୁଣି ଗୌଡ, ସୁବର୍ଣ୍ଣା ମହାରଣା, ପ୍ରିୟଙ୍କା ମହାରଣା, ରଶ୍ମିତା ମହାରଣା, ସରସ୍ୱତୀ ମିଶ୍ର, ସୁରେଶ ପ୍ରଧାନ, ମନୋରଞ୍ଜନ ବେହେରା ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଉପଦେଷ୍ଟା ଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.