jayashree

ଓଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାଜିକ ବନୀକରଣ ନିମନ୍ତେ ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟସ୍ଥ ଓଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ରବିବାର ପୂର୍ବାହ୍ନରେ ଦୁଇଶହ ଆମ୍ବ ଚାରା ରୋପଣ କରାଯାଇଛି । ଜି.ଏସ୍. ହେଲ୍ପିଙ୍ଗ ହ୍ୟାଣ୍ଡ ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଛନ୍ତିି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓପିଏସ୍‌, କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ସହକାରୀ କମାଣ୍ଡାଣ୍ଟ ଲକ୍ଷ୍ମୀ ନାରାୟଣ ବେହେରା, ସୁବେଦାର ମେଜର ଦାଶ, ସୁବେଦାର କୃଷ୍ଣଚନ୍ଦ୍ର ବେହେରା, ସୁବେଦାର ପ୍ରଫୁଲ୍ଲ କୁମାର ସେଠୀ, ସରୋଜକାନ୍ତ ସାହୁ, ଆର୍ମଡ଼ ଏସ.ଆଇ. ତପନ ଦାସ, ପି.କେ. ତ୍ରିପାଠୀ, ପ୍ରେସିଡେଣ୍ଟ ହାବିଲଦାର, ଅଜିତ କୁମାର ରଥଙ୍କ ସମେତ ଅନେକ ପୋଲିସ ବନ୍ଧୁ ଏବଂ ଭୁବନେଶ୍ୱରର ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସାମାଜିକ କାର୍ଯ୍ୟରେ ସହାୟତା ପ୍ରଦାନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା । ଓଡ଼ିଶାର ପ୍ରକୃତିକୁ ସୁରକ୍ଷା ଦେବା ଓ ପରିବେଶ ସୁରକ୍ଷା ପାଇଁ ପ୍ରକୃତିପ୍ରେମୀ, ଶୁଭେଚ୍ଛୁ ଆଗେଇ ଆସିବାକୁ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆହ୍ୱାନ କରାଯାଉଛି । ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆପଣମାନଙ୍କୁ ସହୃଦୟ ସହ ଶୁଭେଚ୍ଛା ଓ ଶୁଭକାମନା ଯେଉଁମାନେ ଅଯାଚିତ ଭାବେ ଟ୍ରଷ୍ଟ ଉପରେ ଭରସା ରଖି ସଦା ସର୍ବଦା ସାହାଯ୍ୟ କରିଆସିଛନ୍ତି । ନିଜର କିମ୍ବା ସମ୍ପର୍କୀୟଙ୍କ ଜନ୍ମଦିନରେ ବୃକ୍ଷରୋପଣ କରିବା, ଆନିଭର୍ସରି, ମୃତ୍ୟୁ ଶ୍ରଦ୍ଧାଞ୍ଜଳିରେ ମଧ୍ୟ ବୃକ୍ଷରୋପଣ ନିମନ୍ତେ ଆଗ୍ରହ ପ୍ରକାଶ କରି ସହାୟତା ପ୍ରଦାନ କରିଛନ୍ତି । ବିଗତ ବର୍ଷମାନଙ୍କରେ ଯେପରି ସହାୟତା ପ୍ରଦାନ କରିଛନ୍ତି ତଦ୍ବାରା ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ଔଷଧୀୟ ବୃକ୍ଷ ଏବଂ ଫଳ ବୃକ୍ଷ ରୋପଣ କରାଯାଇସାରିଛି‌ । ଚଳିତ ବର୍ଷ ୨୦୨୨ ମଧ୍ୟ ସେହି ଭଳି ସହଯୋଗର ହାତ ବଢ଼ାଇଲେ ଓଡ଼ିଶାର ୩୦ଟି ଜିଲ୍ଲା ଏବଂ ଓଡ଼ିଶା ବାହାରେ ୫୦ ହଜାର ବୃକ୍ଷ ରୋପଣ ହେବାର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି କୁହାଯାଇଛି । ଏହି ପ୍ରୋଜେକ୍ଟ ମଧ୍ୟ ଆଗେଇ ଚାଲିବ । କରୋନା ଏବେ ବି ଦୂରେଇ ନାହିଁ, ସବୁପରେ ସ୍ବଚ୍ଛତା ରକ୍ଷା କରିବା, ସାମାଜିକ ଦୂରତା ରକ୍ଷା କରି ନିଜେ ସୁସ୍ଥ ରହିବା ସହ ପରିବାର ଓ ସମାଜକୁ ସୁସ୍ଥ ରଖିବା ଆବଶ୍ୟକ ବୋଲି ଏହି ସଚେତନତା ସଭାରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.