ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ସୂଚନା ଅନୁସାରେ ସହଦେବଖୁଣ୍ଟର ହୋଟେଲ୍‌ ଜ୍ୟୋତିସାଗର ନିକଟରେରେ ଏହି ଚଢ଼ାଉ ହୋଇଥିବା ବେଳେ ଗିରଫ ଅଭିଯୁକ୍ତମ‌ାନେ ହେଲେ ମସ୍‌ଜିଦ୍‌ ଗଳିର ଏସ୍‌କେ ଜମିର୍‌, ନୟାବଜାରର ପ୍ରଭାତ କୁମାର ସେଠୀ ଓ କାଶିମେଲା ସୁକୁରାଜର ଜଶୋବନ୍ତ ବାଗ । କୁହାଯାଇଛି ଯେ, ଅଭିଯୁକ୍ତମାନଙ୍କ ଠାରୁ ୮୫ ହଜାର ଟଙ୍କା ସହ ୧ କିଲୋ ୧୦୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.