pr

ବରଗଡ଼ ବିଜୁ ଛାତ୍ର ଜନତା ଦଳର ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ

dr. purohit

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ବରଗଡ଼ ଜିଲ୍ଲା ସଭାପତି କରନ ସିକନ୍ଦର, ଜିଲ୍ଲା ଉପ ସଭାପତି ନୀଳାମ୍ବର ଦୀପ, ଆଇ.ଟି କୋଡ଼ିନେଟର ଭୂପତି ପ୍ରଧାନଙ୍କ ସହିତ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଝାରବନ୍ଧ ବ୍ଲକରେ ଓ ପରେ ପାଇକମାଳ ବ୍ଲକରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ୍ କମିଟିର ନୂତନ ପଦାଧିକାରୀଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ପଞ୍ଚାୟତରୁ ଜିଲ୍ଲା ପର୍ଯ୍ୟନ୍ତ ବିଜୁ ଜନତା ଦଳକୁ ମଜବୁତ୍ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ବିଷୟରେ ଆଲୋଚନା ମଧ୍ୟ କରାଯାଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ ମାନଙ୍କୁ ବିଜୟୀ କରି ବିଜୁ ଜନତା ଦଳ କିପରି ପୁଣିଥରେ ସରକାର ଗଠନ କରିବ ସେ ଉପରେ ଆଲୋଚନା ହୋଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ସବୁ ଯୋଜନାକୁ ହିତାଧିକାରୀଙ୍କ ପାଖକୁ କିପରି ପହଞ୍ଚାଇ ହେବ ସେ ବିଷୟରେ ଦଳୀୟ କର୍ମୀ ମାନଙ୍କୁ ଅବଗତ କରାଯାଇଥିଲା ।

nrusinghnath
Leave A Reply

Your email address will not be published.