ବିଜେପି ଯୁବ ନେତା ଯୋଗେନ୍ଦ୍ର ଭୋଇ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଯୁବ ବିଜେପି ନେତା ଯୋଗେନ୍ଦ୍ର ଭୋଇ‌ଙ୍କୁ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଭାବେ ନିଯୁକ୍ତି ଦିଆଯାଇଥିବାରୁ ପାଇକମାଳ ବ୍ଳକରେ ବିଜେପି ତଥା ବିଭିନ୍ନ ମହଲରେ ଆନନ୍ଦ ଲହରୀ ଖେଳିଯାଇଛି । ଶ୍ରୀ ଭୋଇ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଦାୟିତ୍ୱ ପାଇଥିବାରୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଓ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କୁ ଶ୍ରେୟ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କୁ ଏହି ଦାୟିତ୍ୱ ମିଳିବାର ପରେ ସେ ଦଳର ଆଭିମୁଖ୍ୟକୁ ନେଇ କାମ କରିବା ସହ କୃଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ସହ ସମସ୍ତଙ୍କର ସହଯୋଗର କାମନା କରିବା ସହ ନିବେଦନ କରିଛନ୍ତି ।

Leave A Reply

Your email address will not be published.