ppurohit

ବିଜେପି ତରଫରୁ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ

2nd

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ବିଜେପି ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ବୀର୍ସା ମୁଣ୍ଡାଙ୍କର ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି । ସ୍ଥାନୀୟ ଅଇଁଠାପଲି ଛକରେ ଥିବା ବୀର ବିର୍ଶା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ଜୟରାମ ମୁଣ୍ଡା, ବାହାଦୂର ମୁଣ୍ଡା, ଦେବରାଜ ଭୂମିଜ, ସଞ୍ଜୟ ବାଗ, ଧୀରେନ୍ଦ୍ର ଧନବାଦ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ବିର୍ଶା ମୁଣ୍ଡା ମଣ୍ଡଳ ସଭାପତି ଗିରିଜା ସାହୁ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡାଇ ରିଙ୍କି ସାହୁ, ଦୟାନିଧି ପ୍ରଧାନ, ରୂପେଶ କୁଅଁର, ଉଲ୍ଲାସ ବାରିକ, ଅଜିତ ହୋତା, ଖୁସି ଛତର, ଭବାନୀ ତାଣ୍ଡି, ଶିବ ଦିୱାନ, ଗୋପାଳ ମହାନନ୍ଦ, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝି, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.