centurian jitm

ସୁବର୍ଣ୍ଣପୁରରେ ବିରଳ ପ୍ରଜାତିର ମାଛ ଉଦ୍ଧାର

nschool

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ମହାନଦୀର ଗଭୀର ନଦୀଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ପ୍ରତିଦିନ ପରି ଦେଶୀ ଡଙ୍ଗାରେ ମହାନଦୀର ସ୍ଥାନୀୟ କେଉଁଟ ପଡାର ଚାରିଜଣ ମତ୍ସ୍ୟଜବୀ ବି ତେନ୍ତୁଲିଘାଟରୁ ଲଂକେଶ୍ବରୀ ଦର୍ହକୁ ମାଛ ମାରିବାକୁ ଯାଇଥିବା ବେଳେ ଏହି ମାଛଟି ଜାଲରେ ପଡିଥିଲା । ବୈଦ୍ୟନାଥ ସାହୁ, ବଳରାମ ମଲ୍ଲିକ, ଉଦ୍ଧବ ମହାଲିକ ଓ ଧୁବେଇ ବେଉରା ଟଣା ଜାଲ ପକାଇ ମାଛ ଧରୁଥିବା ବେଳେ ଏହି ମାଛଟି ଆକସ୍ମିକ ଭାବେ ଜାଲରେ ପଡିଥିଲା । ତେବେ କେବେ କେଉଁଠି ଏ ପ୍ରକାର ମାଛ ସେମାନେ ଦେଖିନଥିବାରୁ ଉତ୍ସୁକତା ବଶତଃ ବୟସ୍କ ବୃଦ୍ଧମାନଙ୍କୁ ମାଛ ଚିହ୍ନାଇବାକୁ ଆଣିଥିଲେ । ତେବେ ବୟସ୍କ ଲୋକମାନେ ମଧ୍ୟ ଏପରି ମାଛ କେବେ ଦେଖିନଥିବା କହିଛନ୍ତି । ମାଛର ଦେହରେ ଝୋଟି ଚିତା ପରି ଚିତ୍ରିତ ପିଠି ରହିଥିବା ବେଳେ ଦନ୍ତୁରିତ କଣ୍ଟା ରହିଛି । କେହି କେହି ମାଛଟି କଣା ବୁଦିଆ ପ୍ରଜାତିର ଏକ ସାମୁଦ୍ରିକ ମାଛ ଥିବା ଅନୁମାନ କରିଥିବା ବେଳେ ଏହି ବିରଳ ମାଛଟି ସାତ କୋଶିଆ ଗଣ୍ଡରୁ ଉପରକୁ ଉଠି ଆସିଥିବାର କହିଛନ୍ତି । ମାଛଟିକୁ ଦେଖିବାକୁ ଘାଟରେ ପଡାର କିଛି ଲୋକ ଏକାଠି ହୋଇଥିବା ବେଳେ ସମସ୍ତଙ୍କ ନିଷ୍ପତ୍ତିରେ ପୁଣି ଉଦ୍ଧାର ମାଛଟିକୁ ଲଂକେଶ୍ବରୀ ଦର୍ହରେ ଛାଡି ଦିଆଯାଇଥିବା କହିଛନ୍ତି ମତ୍ସ୍ୟଜୀବୀ।

Leave A Reply

Your email address will not be published.