om academy

ଲାଞ୍ଚ ନ ଦେବାରୁ ଆବାସ ଘର ଫାଇନାଲ ବିଲ ମିଳି ନଥିବା ଅଭିଯୋଗ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । କେଉଁଠି ସରକାରୀ ଜାଗାରେ ଆବାସ ଘର ତିଆରି ହେଉଥିବା ବେଳେ ଆଉ କେଉଁଠି ଗୋଟିଏ ପରିବାରର ତିନି/ଚାରି ଜଣ ସଦସ୍ୟଙ୍କୁ ଘର ମିଳିଛି । କେଉଁଠି ଅବିବାହିତ ନାବାଳକ ପୁଅକୁ ଘର ମିଳୁଛି ତ କେଉଁଠି ଏହି ଯୋଜନାରେ ଦ୍ଵିତଳ ପ୍ରସାଦ ତିଆରି ହେଉଛି । ତେବେ ଟଙ୍କା ଦେଇ ନ ପରିବାରୁ ଜନୈକ ହିତାଧିକାରୀଙ୍କ ଫାଇନାଲ ବିଲ୍‌ ଅଟକି ଯାଇଥିବା ଭଳି ଆଉ ଏକ ଗୁରୁତର ଅଭିଯୋଗ ଆସିଛି ବ୍ଳକର ଉପାନ୍ତ ଅଂଚଳରୁ ।

ଅଭିଯୋଗ ମୁତାବକ, ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ରତାଖଣ୍ଡି ପଂଚାୟତ ଅଧୀନ ତାଳଜୁରୀ ଗ୍ରାମର ସର୍ବେ ସାହୁ ଚଳିତ ବର୍ଷ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ । ଆଶା ଥିଲା, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘର ତିଆରି କରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରୋତ୍ସାହନ ରାଶି ପାଇବେ । ତେବେ ପଂଚାୟତ ଠାରୁ ବ୍ଲକ କର୍ତ୍ତୃପକ୍ଷଙ୍କ ପର୍ୟ୍ୟନ୍ତ ପିସି କାରବାରରେ ସାମିଲ ଥିବା କର୍ମଚାରୀଙ୍କ ଚକ୍ରବ୍ୟୁହ ମଧ୍ୟରେ ସର୍ବେ ଫଶି ଯାଇଥିବା କହିଛନ୍‌ନ୍ତି । ରତାଖଣ୍ଡି ପଂଚାୟତର ଜିଓ ଟେଗ ମାନସ ସାହୁଙ୍କୁ ଟଙ୍କା ଦେଇ ନ ପରିବାରୁ ତାଙ୍କ ଫାଇନାଲ୍‌ ବିଲ୍‌ ଅଟକି ଯାଇଥିବା ସର୍ବେ ଅଭିଯୋଗ କରିଛନ୍ତି । ନିର୍ମାଣାଧୀନ ଆବାସ ଘର ଫଟୋ ଉଠାଇବା ବାବଦରେ ଥରକେ ଜଣକ ଠାରୁ ଜିଓ ଟେଗ୍‌ ୫ ଶହ ଟଙ୍କା ନେଉଥିବା ବେଳେ ସର୍ବେ ସାହୁ ମଧ୍ୟ ଆଠ ଶହ ଟଙ୍କା ଦେଇ ସାରିଥିବା ପ୍ରକାଶ କରିଛନ୍ତି । ଅଧିକ ୫ ହଜାର ଟଙ୍କା ସେ ଦେବାରେ ଅସମର୍ଥ ହେବାରୁ ତାଙ୍କ ଚୂଡାନ୍ତ ବିଲ୍‌ ଅଟକି ରହିଥିବା ସର୍ବେ ସାହୁ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତଥାପି ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାଯାଇଛି । ଅପରପକ୍ଷରେ ଜିଓ ଟେଗ ଶ୍ରୀ ନାଏକଙ୍କ ଜରିଆରେ ପଂଚାୟତ ଠାରୁ ବ୍ଲକ କର୍ତ୍ତୃପକ୍ଷଙ୍କ ପର୍ୟ୍ୟନ୍ତ ପିସି ବାବଦରେ ଟଙ୍କା ଯାଉଥିବା ସର୍ବେ ଅଭିଯୋଗ କରିଛନ୍ତି । ଏ ବାବଦରେ ଜିଓଟେଗ ଶ୍ରୀ ସାହୁଙ୍କୁ ପଚାରିବାରେ ଫାଇଲ୍‌ ଲାଗିଛି, ଖୁବ ଶୀଘ୍ର ଟଙ୍କା ଜମା ହୋଇଯିବା ବୋଲି ସେ ପ୍ରକାଶ କରିଥିଲେ । ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆଙ୍କୁ ପଚାରିବାରୁ ହିତାଧିକାରୀଙ୍କ ଜମାଖାତାରେ ଫାଇନାଲ ବିଲ୍‌ ବାବଦ ପ୍ରାପ୍ୟ ପଡି ସାରିଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.