oum

ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ବରଗଡଠାରେ ଇଚ୍ଛା ଥିବା ବେରୋଜଗାର ଯୁବକ, ଯୁବତୀମାନଙ୍କୁ ନେଇ ୧୨ ଦିନିଆଁ ଶିଳ୍ପଦ୍ୟୋଗୀ ବିକାଶ ତାଲିମ ଶିବିର

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବେରୋଜଗାର ଯୁବକ, ଯୁବତୀମାନଙ୍କୁ ନେଇ ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ବରଗଡଠାରେ ୧୨ ଦିନିଆଁ ଶିଳ୍ପଦ୍ୟୋଗୀ ବିକାଶ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଏହି ତାଲିମ ଶିବିରରେ ବେରୋଜଗାର ଯୁବକ ଯୁବତୀମାନେ ସ୍ୱାଭଲମ୍ବି ହୋଇ ନିଜକୁ କେମିତି ପରିଚିତ କରିପାରିବେ । ବିଭିନ୍ନ ବିଷୟରେ ଶିକ୍ଷା ଗ୍ରହଣ କରି ଅନ୍ୟମାନଙ୍କୁ ରୋଜଗାର ଯୋଗାଇବେ ଏବଂ ଆଗକୁ ବଢିବା ପାଇଁ ବ୍ୟାଙ୍କରୁ ଋଣ ଯୋଗାଇବେ ଏବଂ ନିଜର ଭବିଷ୍ୟତ ନିଜେ କେମିତି ଗଢିବେ ସେଥିପାଇଁ ଶିଳ୍ପଦ୍ୟୋଗୀ ବିକାଶ ତାଲିମ ଶିବିର ଆରମ୍ଭ ହୋଇ ଯାଇଛି । ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବରେ ଏସବିଆଈ ଚିପ ମେନେଜର ସୁକାନ୍ତ କୁମାର ପାତ୍ର ଯୋଗ ଦେଇ ପ୍ରଥମେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଆଗକୁ ନେଇଥିଲେ । ସମ୍ମାନିତ ଅତିଥି ଭାବରେ ସରକାରୀ ଶିଳ୍ପ ତାଲିମ ଅଧିକାରୀ ସୁକାନ୍ତ କୁମାର ସ୍ୱାଇଁ, ଜିଲ୍ଲା ଶିଳ୍ପ ଅଧିକାରୀ ଦାମୋଦର ମିଶ୍ର ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଏହି ୧୨ ଦିନିଆଁ ତାଲିମ ଶିବିରରେ ବେରୋଜଗାର ଯୁବକ ଯୁବତୀମାନେ ବିଭିନ୍ନ ପ୍ରକାରର ଟ୍ରେନିଂ ନେଇ ରୋଜଗାର କରି କେମିତି ସ୍ୱାଭାଲମ୍ବୀ ହୋଇ ପାରିବେ ସେଥିପାଇଁ କେନ୍ଦ୍ର ସରକାର ୨୦୦୮ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଆସୁଛି । ହଜାର ହଜାର ବେରୋଜଗାର ଯୁବକ ଯୁବତୀମାନେ ଏହି ଯୋଜନାରେ ସାମିଲ ହୋଇ ନିଜ ଭବିଷ୍ୟତ ଗଢି ଅନ୍ୟମାନଙ୍କୁ ମଧ୍ୟ୍ୟ ରୋଜଗାର ଯୋଗାଉଛନ୍ତି ।

Leave A Reply

Your email address will not be published.