କୁଟୁରାପାଲି ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଝାରମୁଣ୍ଡା : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନମେଳା ଗତକାଲି କୁଟୁରାପାଲି ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୧ଟି ସ୍କୁଲରୁ ୧୦୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ପ୍ରେମକୁମାର ସାହୁ, ରିଙ୍କୁ ବେହେରା, ସ୍ନେହାଙ୍ଗିନୀ ଷଡଙ୍ଗୀ, ପ୍ରତିମା ପ୍ରଧାନ, ଖୁସବୁ ବାରିକ, ସୃଷ୍ଠିରେଖା କାଳସାଏ, ବବିତାରାଣୀ ତ୍ରିପାଠୀ, ରଶିତା କଂହେର, ଶୁଭଶ୍ରୀ ସାହୁ, ପ୍ରୀତିମୟୀ ତ୍ରିପାଠୀ, ସୀମା ସାହୁ ଓ ରମେଶ ସାହୁଙ୍କ ପ୍ରକଳ୍ପକୁ ଶ୍ରେଷ୍ଠ ଭାବେ ମନୋନୀତ କରାଯାଇଥିଲା । ତେବେ ଶ୍ରେଷ୍ଠ ୬ଟି ପ୍ରକଳ୍ପକୁ ଜିଲ୍ଲସ୍ତରୀୟ ବିଜ୍ଞାନମେଳା ପାଇଁ ମନୋନୀତ କରାଯାଇଛି । ଏହି ଅବସରରେ ବିଇଓ ରିନା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକ ରାମ ଗୋପାଳ ଖମାରୀ, ବିଚାରକ ଦ୍ୱୟ ସୁଧାନିଧି ମିଶ୍ର ଓ ସନାତନ ପୁରୋହିତ, ଅଶୋକ ତ୍ରିପାଠୀ, ବ୍ଲକ କୋର୍ଡିନେଟର ଶିବ ପ୍ରସାଦ ତ୍ରିପାଠୀ, ସରପଞ୍ଚ କିରଣ ସାହୁ, ସମିତି ସଭ୍ୟ ସୁକାନ୍ତି ସାହୁ, ସ୍କୁଲ ସଭାପତି ମୁକେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.