oom

ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଲେବିଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଲେବିଡିକୁ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପରିଦର୍ଶନ କରିଛନ୍ତି । ମୋ ସ୍କୁଲ କାର୍ୟ୍ୟକ୍ରମର ସଫଳତାକୁ ଅନୁଧ୍ୟାନ କରିବାକୁ ଆସିଥିବା ସାହୁ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍, ଔଷଧୀୟ, ଫୁଲ ବଗିଚା, ବିଜ୍ଞାନଗାର, କବି ବୁଲବୁଲ, କ୍ରୀଡାର ସଫଳତା, ବିଦ୍ୟାଳୟର ଶିକ୍ଷା, ମେଧା ବୃତ୍ତି ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବଭିନ୍ନ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଗତି ନିମନ୍ତେ ସେ ପ୍ରଧାନ ଶିକ୍ଷକ ଟଙ୍କଧର ପଧାନଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକଙ୍କୁ ପ୍ରଶଂସା କରିଥିଲେ । ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ । ଏହି ପରିଦର୍ଶନ ସମୟରେ ଓସେପା ଅତିରିକ୍ତ ନିର୍ଦ୍ଦେଶକ ଡ.ସନାତନ ପଣ୍ଡା, ବରଗଡ଼ ଜିଲ୍ଲାପାଲ ଜ୍ୟୋତିରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ସୋହେଲା ବିଡିଓ ବି‌ଶ୍ୱ ରଞ୍ଜନ କର, ସୋହେଲା ଥାନାଧିକାରୀ ନିର୍ମଳ କୁମାର ମହାପାତ୍ର, ଏ.ବି.ଇ ଓ ଗୋଲାପ ଚାନ୍ଦ ମିଶ୍ର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.