oom

ସାଂସଦ ପ୍ରଦୀପ ଓ ବିଧାୟକ ସନତଙ୍କ ବରପାଲି ଗସ୍ତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ନବନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ ଗଡତିୟାଙ୍କ ଆଜି ବରପାଲି ଗସ୍ତ କରି ବ୍ଲକ ଅଫିସକୁ ଯାଇ ସରକାରୀ ଯୋଜନା ସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ନୀରିହ ଲୋକ ଯେମିତି ହଇରାଣ ନ ହେବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବରପାଲି ଜଗବନ୍ଧୁ ଦାସ ମହିଳା ମହାବିଦ୍ୟାଳୟ ନିକଟରେ ବରପାଲି ସାମ୍ବାଦିକ ସଂଘକୁ ମିଳିଥିବା ଜାଗାରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଉଭୟେ ସାଂସଦ ଓ ବିଧାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡକ୍ଟର ପ୍ରଭାସ କୁମାର ସିଂହ, ବରପାଲି ତହସିଲଦାର ରୁକ୍ମଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବରପାଲି ସାମ୍ବାଦିକ ସଂଘର ସଭାପତି ଚିତ୍ତରଞ୍ଜନ ସାହୁଙ୍କ ସମେତ ସଂଘର ସମସ୍ତ ସଭ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାଂସଦ ପ୍ରଦୀପ ପୁରୋହିତ ପ୍ରଥମେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପହଞ୍ଚି କର୍ମୀ ତଥା ବିଭିନ୍ନ ସରକାରୀ ଅଫିସରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏଥିରେ ସରକାରୀ ଡାକ୍ତରଖାନା ମୁଖ୍ୟ ଡାକ୍ତର ରାଜେଶ ବେହେରା, ସି. ଡି. ପି. ଓ, ବି. ଇ. ଓ. ମୁକୁନ୍ଦ ମାହାରଙ୍କ ସମେତ ବରପାଲି ବଣିକ ସଂଘ ସଭାପତି ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ବଣିକ ସଂଘର ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ବରପାଲି ଓକିଲ ସଂଘ, ସନାତନି ବ୍ରାହ୍ମଣ ସମାଜ,ଭୁଲିଆ ସମାଜ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଏଥ ଲେଟିକ ଏସୋସିଏସନ୍, ଗଙ୍ଗାଧର ମେହେର କ୍ଲବ,ସରସ୍ଵତୀ ମହିଳା ସଂଘ ଆଦି ଅନୁଷ୍ଠାନ କୁ ଯାଇ ସଭ୍ୟ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବିଜେପି ନଗର ମଣ୍ଡଳ ସଭାପତି ପଦ୍ମ ଲୋଚନ ସାହୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.