ନୂଆ ଡାକ୍ତର ନିଯୁକ୍ତି ଓ ଡେପୁଟେସନ ନିଯୁକ୍ତିକୁ ବାତିଲ କରିବା ଦାବୀରେ ଜନମଞ୍ଚ ପକ୍ଷରୁ ପାଟଣାଗଡ଼ ଡ଼ାକ୍ତରଖାନା ସମ୍ମୁଖରେ ପ୍ରତୀକାତ୍ମକ ଭୁକ୍ ହରତାଲ

  • ୫୦ ହଜାର ଲୋକେ ଚିକିତ୍ସା ପାଇଁ ନିର୍ଭର କରୁଥିବା ଡ଼ାକ୍ତରଖାନା ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ୟ ଡାକ୍ତରଖାନାଠାରେ ଦିନିକିଆ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ଜନମଞ୍ଚ ସିଭିଲ ସୋସାଇଟି ପାଟଣାଗଡର କର୍ମକର୍ତ୍ତା ମାନେ । ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥା ବଲାଙ୍ଗିର ସିଡିଏମଓଙ୍କ ଭେଦଭାବ ନୀତିର ବିରୋଧ କରିଛନ୍ତି ସେମାନେ । ପାଟଣାଗଡ ଏସ୍‌ଡିଏମ୍‌ଓଙ୍କ ମାଧ୍ୟମରେ ବଲାଙ୍ଗିର ସିଡିଏମ୍‌ଓଙ୍କୁ ଦାବୀପତ୍ର ଦେଇଛନ୍ତି । ପାଟଣାଗଡ ଡାକ୍ତରଖାନା ପାଇଁ ଆବଶ୍ୟକ ଡାକ୍ତରଙ୍କ କଥା ସେଥିରେ ଉଲ୍ଲେଖ କରାଯାଇଛି – ଜଣେ ସର୍ଜରୀ ସ୍ପେସିଆଲିଷ୍ଟ, ଜଣେ ଅର୍ଥୋପେଡିକ୍‌ ସ୍ପେସିଆଲିଷ୍ଟ, ଜଣେ ଆନେସ୍ଥେସିଆ ସ୍ପେସିଆଲିଷ୍ଟ, ଜଣେ ଆଇ ସ୍ପେସିଆଲିଷ୍ଟ, ଜଣେ ପାଥୋଲୋଜୀଷ୍ଟ, ଗାଏନିକ ସ୍ପେସିଆଲିଷ୍ଟଙ୍କ ଡେପୁଟେସନରେ ଅନ୍ୟସ୍ଥାନକୁ ଯିବା ବନ୍ଦ କରାଯାଉ ଡେପୁଟେସନରେରେ ଥିବା ମେଡିସିନ୍ ସ୍ପେସିଆଲିଷ୍ଟଙ୍କୁ ପାଟଣାଗଡରେ ସ୍ଥାୟୀ କରାଯାଉ ବୋଲି ଦାବୀ କରିଛନ୍‌ନ୍ତି ।

ତାଙ୍କ ଦାବୀ ଅନୁସାରେ ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ୟ ଡାକ୍ତରଖାନାରେ ୧୮ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା । କିନ୍ତୁ ଏଠାରେ ମାତ୍ର ତିନି ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି । ମେଡିସିନ୍ ସ୍ପେସିଆଲିଷ୍ଟ ଦୁଇଜଣ ସପ୍ତାହକ ତିନିଦିନ ପାଇଁ ତଥା ଜଣେ, ମ୍‌ବିବିଏସ୍‌ ଡାକ୍ତର ଡେପୁଟେସନରେ ଅଛନ୍ତି । ସଂପୃକ୍ତ ଅଞ୍ଚଳର ସାଢେ ତିନି ଲକ୍ଷ ଜନସଂଖ୍ୟା ଲୋକଙ୍କ ପାଇଁ ଏତେ କମ ସଂଖ୍ୟକ ଡାକ୍ତର ଯଥେଷ୍ଟ ନୁହେଁ । ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଶୀଘ୍ର ଉପରୋକ୍ତ ଦାବୀ ସବୁକୁ ପୁରଣ କରାନଗଲେ ଦଶ ଦିନ ପରେ ଆମରଣ ଅନସନ କରାଯିବ ଓ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଜନମଞ୍ଚ ତରଫରୁ କୁହାଯାଇଛି । ବଲାଙ୍ଗିର ଏସଡିଏମଓ ଡ଼. ପିତବାସ ସା ପହଞ୍ଚି ଦାବୀପତ୍ର ଗ୍ରହଣ କରିବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଭୁକ୍‌ ହଡତାଲରୁ ଓହରିଥିଲେ ।

ଏହି ହଙ୍ଗର ଷ୍ଟ୍ରାଇକରେ କଣ୍ଟାବାଞ୍ଜି ରବି କଲ୍ୟାଣ ସଂଗଠନ ସଦସ୍ୟମାନେ ଦାବୀକୁ ସମର୍ଥନ ଜଣାଇଥିବା ବେଳେ ମା’କାଳି, ରମାଦେବୀ, ଗୋପିନାଥ ଆଦି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଷ୍ଟମୀ କୁମ୍ଭାର, ଭବାନୀ କୁମ୍ଭାର, ସବିତା କୁମ୍ଭାର, ପୁଷ୍ପା ସିଂ, କିଅଁ କୁମ୍ଭାର, ଟିକେନନୀ କୁମ୍ଭାର, ଲତା କୁମ୍ଭାର, ଶୁଶୀଲା ନାଗ, ସୁମିତ୍ରା ନାଗ, ପୁଷ୍ପାଞ୍ଜଳି ବଗର୍ତ୍ତୀ, ମଥୁରା ଷାଣ୍ଢ, ବହନା ବେହେରା, ଦୁଲଣା ବଗର୍ତ୍ତୀ, ସୀମା ବିଶ୍ବାଲ, କୌଶଲ୍ୟା ନାଗ, ବୁଧ କୁଦେଇ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.