oom

ରେଙ୍ଗାଲିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମପଞ୍ଚାୟତରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରେଙ୍ଗାଲି ପଞ୍ଚାୟତର ସୁପରଭାଇଜର୍ ସରପଞ୍ଚ ସବିତା ମେହେର ଭୀମଭୋଇଙ୍କୁ ପୂଜାର୍ଚ୍ଚନା କରିଥିଲେ ।ପରେ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ଡାକ୍ତର ସୁରଜ କୁମାର ଦୀପ, ଏସ୍ଏସ ପିଇଡି ଡିପାରମେଣ୍ଟରୁ ନବ କ୍ରୀଷ୍ଣା ସାହ, ବିଆରଟି ଗକୁଳ ମେହେର, ଆଇସିଡିଏସ ବିଭାଗ ରେଙ୍ଗାଲି ଅଧିନ ସନ୍ତୁଳା କୁମ୍ଭାର, ଖପ୍ରାଖୋଲ ପିଇଓ ପୃଥିରାଜ ରାଓ ଏବଂ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ । ଏଥିରେ ଚାରି ପଞ୍ଚାୟତରୁ ଟଙ୍କପାଣି, ରେଙ୍ଗାଲି, ଘୁନସର ଏବଂ ତେଲେନପାଲିର ୧୫୭ ଜଣ ଭିନ୍ନକ୍ଷମ ଉପସ୍ଥିତ ଥିଲେ । ସେମାନଙ୍କୁ ସାଇକେଲ ଏବଂ ଶ୍ରବଣ ଯନ୍ତ୍ର ଦିଆଯାଇଛି । ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ବୃଦ୍ଧ ବୃଦ୍ଧାମାନେ ଆବେଦନ କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.