om academy

ଆଗଲପୁର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

jsm

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଗୀତାଞ୍ଜଳି ଦାଶ, ଉପାଧ୍ୟକ୍ଷ୍ୟା ନିରୁପମା ପଧାନ, ବିଡିଓ ଶଙ୍କର କେରକେଟା, ଏବିଡିଓ ରୁଦ୍ରପ୍ରସାଦ ସୁନା, ବଲାଙ୍ଗିର ଡିଏସ୍‌ଏସ୍‌ଓ ବଲାଙ୍ଗିର ନବକୃଷ୍ଣ ସାହୁ, ବିଏସ୍‌ଏସ୍‌ଓ ସ୍ନିଗ୍ଧାରାଣୀ ବାରିକ, ସିଡିପିଓ ଜ୍ୟୋତିର୍ମୟୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଏସ୍‌ଏସ୍‌ଇପିଡି ଡିଏସ୍‌ଏସ୍‌ଓ ବଲାଙ୍ଗିର ତରଫରୁ ତଥା ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଜରିଆରେ ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା । ଡ଼. ସନ୍ଧ୍ୟାରାଣୀ ପଣ୍ଡା, ଚନ୍ଦ୍ରମା ରଥ ଓ ସୁଶୋବନ ମହାପାତ୍ର ଲୋକଙ୍କ ବିଭିନ୍ନ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ତଥା ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.