ସହର ଭିତରେ ଭାଲୁ : ଆକ୍ରମଣରେ ଜଣେ ଆହତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ସହର ଭିତରେ ଏକ ଭାଲୁର ଉତ୍‌ପାତ୍‌ ଦୃଶ୍ୟ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି । ତେବେ କୌଣସି କାରଣବଶତଃ ଭାଲୁ ପାଖ ଜଂଗଲରୁ ସହର ଭିତରକୁ ପଶି ଆସିଥିଲା ଏବଂ ଲୋକଙ୍କୁ ଆକ୍ରମଣ କରିଥିଲା । ଲୋକେ ଭାଲୁର ଆକ୍ରମଣ ଦେଖି ଜୀବନ ବିକଳରେ ଏପଟ ସେପଟ ଧାଇଁ ପଳେଇଥିଲେ । ତେବେ ସଂପୃକ୍ତ ଭାଲୁ ଆକ୍ରମଣରେ ପଡ଼ିଯାଇଥିଲେ ଜଣେ ସାଇକେଲ ଆରୋହୀ । ଭାଲୁଟି ତାଙ୍କୁ କାମୁଡ଼ିବା ବେଳେ ପାଖ ଲୋକଙ୍କ ଦ୍ୱାରା ଭାଲୁକୁ ଘଉଡେ଼ଇବାରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି । ଆହତ ଜଣକ ତୁରନ୍ତ ଡିଏଚ୍‌ଏଚ୍‌, କଳାହାଣ୍ଡି ଡାକ୍ତରଖାନାକୁ ଯାଇ ଚିକିତ୍ସତ ହୋଇଥିବା ଖବର ମିଳିଛି ।

Leave A Reply

Your email address will not be published.