ଓଡ଼ିଶାରେ ୩୯୦ ଜଣଙ୍କ ଜୀବନ ନେଲାଣି କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ୩୯୦ ଜଣ ଜୀବନ ନେଇ ସାରିଲାଣି କରୋନା । ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଗତ ୨୪ ଘଂଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣ ଗଂଜାମ ଜିଲ୍ଲାର, ୨ ଜଣ ଖୋର୍ଦ୍ଧା ଜିଲ୍ଲାର ଏବଂ କୋରାପୁଟ, ଅନୁଗୁଳ, ନୟାଗଡ଼ ଓ ସୋନପୁର ଜିଲ୍ଲାର ଜଣେ ଲେଖାଏଁ ରହିଥିବା କୁହାଯାଇଛି ।

Leave A Reply

Your email address will not be published.