oom

ବ୍ରାହ୍ମଣଡିହି ଉପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଡିହି ଉପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ମହାଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ବନିତା ମହାନନ୍ଦ,ସମ୍ମାନିତ ଅତିଥି ଭାବରେ ଗୋଷ୍ଟୀ ସହ ଶିକ୍ଷା ଅଧିକାରୀ ଧଲେନ୍ଦ୍ର ବାରିକ, ରାଧେଶ୍ୟାମ ମେହେର, ସି ଆର ସି ସି ନିରଞ୍ଜନ ହରିଜନ ଭୋଜରାଜ ଭୋଇ ଯୋଗଦେଇ ନିଜ ନିଜ ବକ୍ତବ୍ୟ ଦେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ନିଜ ଅବଦାନ ତଥା ବ୍ୟକ୍ତିତ୍ଵ ପାଇଁ ପୁରାତନ ଛାତ୍ର ଯଦୁମଣି ଭୋଇ ଓ ସୁଜିତ୍ ଭୋଇଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଅମିତା ଦାସ, ଆଶାଲତା ଭୋଇ, ସସ୍ମିତା ଭୋଇ, ଶେତରାମ ବରିହା ତଥା ଗ୍ରାମବାସୀ ସହଯୋଗ କରିଥିବା ବେଳେ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.