ବଡ଼ମ୍ବା ଓ ନରସିଂହପୁର ଅଂଚଳରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ

ନରସିଂହପୁର, (କେପିଏନ୍‌ଏସ୍‌) : ବଡ଼ମ୍ବା ଓ ନରସିଂହପୁର ଅଂଚଳରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ରହିଥିବା ସୂଚନା ମିଳିଛି । ଶହ ଶହ ଏକର ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇଥିବା ବେଳେ ମହାନଦୀର ପାଣି ଫୁଲି ଜନବସତି ଆଡ଼କୁ ମୁହାଁଉଥିବା ସୂଚନାରେ କୁହାଯାଇଛି । ସ୍ଥାନୀୟ ଭଟ୍ଟାରିକା ମନ୍ଦିରର ଗର୍ଭଗୃହକୁ ମଧ୍ୟ ବନ୍ୟାଜଳ ପଶି ସାରିଥିବା ବେଳେ ମା’ଙ୍କ ପ୍ରତିମାକୁ ରାତିଅଧିଆ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଲଘୁଚାପ ପ୍ରଭାବରେ ସଂପୃକ୍ତ ଅଂଚଳରେ ପ୍ରବଳ ବର୍ଷା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି ।

Leave A Reply

Your email address will not be published.