oom

ବନବାସୀଙ୍କ ମଧ୍ୟରେ ବନ୍ଧୁ ମିଳନ

jsmm

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରାହାଣ୍ଡି ସ୍ଥିତ ଝରିଗାଁ ବ୍ଲକ୍‌ର ସମସ୍ତ ଜଙ୍ଗଲ ଗ୍ରାମର ବନବାସୀଙ୍କର ଏକ ସାଧାରଣ ସଭା ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କୃଷକ ମହାସଭା, ଆଦିବାସୀ ଅଧିକାର ମଞ୍ଚ ଓ ନିର୍ମାଣ ଶ୍ରମିକ ମହାସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକ ନେତା ତଥା ଆଇନଜୀବୀ କ୍ଷେମରାଜ ବାଘ ଜଙ୍ଗଲ ମଧ୍ୟରେ ରହୁଥିବା ପ୍ରାୟ ଦୁଇ ହଜାର ଜନସାଧାରଣଙ୍କୁ ନେଇ ଏକ ପଞ୍ଚାୟତ ଗଠନ ସହ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନେଇ ଦାବୀ ଉପସ୍ଥାପନ କରିଥିଲେ ।ଏହାସହ ଏଥି ନିମନ୍ତେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ କରାଯିବବୋଲି କ୍ଷେମରାଜ ବାଘ ଆହ୍ୱାନ କରିଥିଲେ । ଆଦିବାସୀ ଅଧିକାର ମଞ୍ଚର ଜିଲ୍ଲା ସଂପାଦକ ରାଜେଶ ଜାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ଫିଟିକି ସମିତି ସଭ୍ୟ ସନ୍ତୋଷ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବନବାସୀଙ୍କ ହକ୍‌ ଅଧିକାର ପାଇଁ ଲଢ଼େଇ ଜାରି ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାରୀ ନେତ୍ରୀ ହାରାବତି ଗଣ୍ଡ, ଝରିଗାଁ ସରପଞ୍ଚ ଯୁଗେଶ୍ୱର ପୂଜାରୀ, ଜିଲ୍ଲା ସଭପତି ନୂଆଖାଉ ଉତରା, ରବି ସାନ୍ତା, ପୁରୁଷୋତ୍ତମ ସାନ୍ତା, ଜୟରାମ ଶାନ୍ତା, ଅଲେଖ କୁଲଦୀପ, ନାରୀ ନେତ୍ରୀ ଉର୍ମିଳା ସାହୁ, ପାର୍ବତୀ ଧୁରୁଆ ପ୍ରମୁଖ ଯୋଗ ଦେଇ ଆଦିବାସୀ ଓ ବନବାସୀଙ୍କ ଉପରେ ହୋଇଥିବା ଜୁଲନ ଉପରେ ଦୃଢ଼ ପ୍ରତିବାଦ କରିଥିଲେ । ଜିଲ୍ଲା ସଂପାଦକ ଚତୁର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାନ୍ତା, କପୂର ଚନ୍ଦ୍ର ସୋରି , ଅନ୍ତରାମ ଝଙ୍କାର, ମୁନାଇ ଶାନ୍ତା, ବିଶ୍ୱ ଜାନୀ, ଚକ୍ରଧର ପଟେଲ ଦାସ ସାନ୍ତା, ରୂପଧର ସୁନାନି, ରାଜୁସାହୁ, ବିଭୀଷଣ ସାନ୍ତା, ଭିଲିମନ ସାନ୍ତା ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.