ପିପଲଖୁଣ୍ଟା ବନ ସଂରକ୍ଷଣ ସମିତିର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂନାଥ ନିକଟସ୍ଥ ଲାଗିଥିବା ମିଠାପାଲି ଗ୍ରାମ ପଞ୍ଚାୟତ ପିପଲଖୁଣ୍ଟା ବନ ସଂରକ୍ଷଣ ସମିତି ଆନୁକୂଲ୍ୟରେ ଏକ ସାଧାରଣ ସଭା ବିଜୟ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଲାପ ଦାଶ ସଭାପତି‌ତ୍ୱ କରିଥିଲେ । ଏହି ବନ ସଂରକ୍ଷଣ ସମିତିର ଅଧିନରେ ୫୦ ହେକ୍ଟର ଜଙ୍ଗଲ ଜମି ରହି ଅଛି । ଏହି ଜଙ୍ଗଲକୁ ପିପଲଖୁଣ୍ଟା, ମନଭଙ୍ଗ, ବିଜୟ ନଗର, ଲୁକୁପାଲି, ଭୋଇ ବାହାଲ ଗ୍ରାମର ଅଧିବାସୀ ମାନେ ସମସ୍ତେ ମିଶି ରକ୍ଷଣାବେକ୍ଷଣ କରନ୍ତି । ଏହି ଗ୍ରାମର ସମସ୍ତଙ୍କୁ ନେଇ ଭୋଇ ବାହାଲ ବନ ସଂରକ୍ଷଣ ସମିତି ଗଠନ କରାଯାଇଛି । ଏହି ବୈଠକରେ ନୂତନ ଭାବେ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ମଧୁସୂଦନ ପାଣ୍ତେଙ୍କୁ ସଭାପତି, ଉପ ସଭାପତି ଭାବେ ଚିନ୍ତାମଣି ବଗାର, ସଂପାଦକ ଭାବେ ଶୁକଦେବ ଧରୁଆ, ସହ ସମ୍ପାଦକ ନିଶିକାନ୍ତ ଧରୁଆ, କୋଷାଧ୍ୟକ୍ଷ ଭାବେ ହିରଣ୍ୟ ମଲ୍ଲିକ ଓ ପଞ୍ଚାନନ ଧରୁଆ, ପୂର୍ଣ୍ଣଚନ୍ଦ୍ର ଭୁଏ, ସାଗର ମଲ୍ଲିକ, ଗୋଲାପ ଦାଶ, ଅନ୍ତରାମ ଭୁଏ, ସହଦେବ ଧରୁଆ, ରାଜକୁମାର ବିଶି ପ୍ରମୁଖ ସଭ୍ୟ ଭାବେ ତଥାରାଜ କୁମାରୀ ବାରିକ ଓ ପ୍ରତିମା ବଗାରଙ୍କୁ ସଭ୍ୟା ଭାବେ ଚୟନ କରାଯାଇଥିଲା ।

Leave A Reply

Your email address will not be published.