ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବାଲ ଗୋପାଳ ଫୁଡ ପ୍ରଡକ୍ଟ ପ୍ରା:ଲିଃ ଠାରେ ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ବାଲ ଗୋପାଳ ଫୁଡ ପ୍ରଡକ୍ଟ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁ‌ଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ ଚିଫ୍ ସିଏସଓ ରଜନୀକାନ୍ତ ଦାଶ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ମୋହନଲାଲ ଅଗ୍ରୱାଲ, ଗିରୀଧର ଅଗ୍ରୱାଲ ଯୋଗଦେଇ ଥିଲେ । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ‌ଦ୍ୱାରା ସର୍ବମୋଟ ୩୫ୟୁନିଟ ରକ୍ତ ସଂଗ୍ରୁହୀତ ହୋଇଥିଲା । ଗିରୀଧର ଅଗ୍ରୱାଲ ଏବଂ ସ‌ନ୍ଧ୍ୟା ଅଗ୍ରୱାଲ ଉଭୟେ ନିଜ ଝିଅର ଜନ୍ମ ଦିନ ଅବସରରେ ରକ୍ତଦାନ କରି ଜନ୍ମ ଦିନ ପାଳନ କରିଥିଲେ । ବାଲଗୋପାଳର ଏଚ ଆର ୟଶବନ୍ତ ଏନ୍ ବି‌ଶ୍ୱକର୍ମା ଓ ନିଷ୍ଠା ପରିବାର ସଭାପତି ରକ୍ଷପାଳ ସାହୁ, ସଂପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ, ଉପଦେଷ୍ଟା ଉତ୍ତମ ଦାଶଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.