ବଲାଙ୍ଗିରରେ ପହଞ୍ଚିଲେ ପୋଲିସ ଡିଜି ଅଭୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପହଂଚିଛନ୍ତି ଡ. ଅଭୟ କୁମାର । ବଲାଙ୍ଗିର ଜିଲ୍ଲାର ଆଇନ୍‌ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ପାଇଁ ସେ ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମାଓ ଗତିବିଧି ସଂପର୍କରେ ବିଭାଗୀୟ ପଦକ୍ଷେପ ଉପରେ ସମୀକ୍ଷା କରିବେ । ତାଙ୍କ ଗସ୍ତ କାର୍ଯ୍ୟକ୍ରମ ଯୋଗୁଁ ବଲାଙ୍ଗିର ଜିଲ୍ଲା ପୋଲିସ ମଧ୍ୟରେ ବିଶେଷ ତତ୍ପରତା ଦେଖାଦେଇଛି । ତେବେ ଡିଜି ଅଭୟଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତରେ ପୋଲିସ ବିଭାଗର ନୂତନ ପଦକ୍ଷେପ ଉପରେ ବଲାଙ୍ଗିର ଜିଲ୍ଲାବାସୀଙ୍କ ନଜର ରହିଛି ।

Leave A Reply

Your email address will not be published.

error: Content is protected !!