ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ

ସମ୍ବଲପୁର(ଦାମୋଦର ପଣ୍ଡା) : ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ। ଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଘ.୩୦ମି.ରେ ବାହାରିବ ଓ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରିବ । ଟ୍ରେନଟି ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା,ବଓମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇସିଂହା ଠାରେ ଉଭୟ ଦିଗରୁ ରହଣୀ କରିବ ବୋଲି ରେଳବାର ସୂତ୍ରରୁ ଜଣା ଯାଇଛି।

Leave A Reply

Your email address will not be published.