ସମ୍ବଲପୁରରେ କରୋନା ସ୍ଥିତି ଜଟିଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରର ଆଉ ଜଣେ ଡାକ୍ତର, ଭାରତୀୟ ଚିକିତ୍ସକ ସଙ୍ଘ ସମ୍ପାଦକ ଡା. ସାଜନ୍ ପାନ୍‌ସାରୀଙ୍କ କରୋନାରେ ମୃତ୍ୟୁ ଘଟିଛି। ୫୭ ବର୍ଷ ବୟସ୍କ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରଥମେ ସମ୍ବଲପୁରରେ ଓ ପରେ ରାଉକେଲାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଡା. କୁଳମଣି ସୁନାଙ୍କ କରୋନ।ରେ ମୃତ୍ୟୁ ହେଇଥିଲା।
ଗତ ଶୁକ୍ରବାର ୬୮ ଆକ୍ରାନ୍ତ ସମେତ ଜିଲ୍ଲାରେ ସଂଖ୍ୟା ୩୦୦୦ ଟପିଛି ଓ ସରକାରୀ ଭାବେ ୧୫ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯଉଥିବା ବେଳେ ଏହି ସଂଖ୍ୟା ଅଧିକ ରହିଛି। ଅପର ପକ୍ଷରେ ଭୀମସାର୍ ଅବସ୍ଥା ଜଟିଳ ହେବାରେ ଲାଗଛି। ସମୁଦାୟ ୧୩୧ ଡାକ୍ତର ଓ କର୍ମଚାରୀ ବିଭିନ୍ନ ସମୟରେ ଆକ୍ରାନ୍ତ ହେଲେଣି, ଏପରିକି କୋଭିଡ୍ ଲ୍ୟାବ ଅଧିକାରୀ ନିଜେ ଆକ୍ରାନ୍ତ ହେଲେଣି, ପଥୋଲୋଜି ବିଭାଗ ଏବେ ବନ୍ଦ ରହୁଛି।

Leave A Reply

Your email address will not be published.